Categories: ବାଣିଜ୍ୟ

ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧୬।୫: ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ବିଏଲ୍‌ଡିସି ଟେକ୍ନୋଲୋଜିରେ ନିର୍ମିତ ଫ୍ୟାନ୍‌ଗୁଡ଼ିକର ଏକ ବ୍ୟାପକ ରେଞ୍ଜର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସାଧାରଣ ଫ୍ୟାନ୍‌ ତୁଳନାରେ ଓରିଏଣ୍ଟର ୫-ଷ୍ଟାର୍‌ ରେଟେଡ୍‌ ବିଏଲ୍‌ଡିସି ଫ୍ୟାନ୍‌ ୫୦% ପର୍ଯ୍ୟନ୍ତ କମ୍‌ ଶକ୍ତି ବ୍ୟବହାର କରିଥାଏ।
ଏ ସମ୍ପର୍କରେ ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ରାଜନ ଗୁପ୍ତା କହିଛନ୍ତି, ଭାରତୀୟ ଉପଭୋକ୍ତାଙ୍କ ପାଇଁ ଶକ୍ତି ଦକ୍ଷ ଓ ସୁଲଭ ମୂଲ୍ୟର ସମାଧାନ ଆଣିବା ଲାଗି ବିଇଇ, ଇଇଏସ୍‌ଏଲ୍‌ ଭଳି ଅନୁଷ୍ଠାନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛୁ। ଆମର ବିସ୍ତୃତ ରେଞ୍ଜର ବିଏଲ୍‌ଡିସି ଫ୍ୟାନ୍‌ଗୁଡିକ ଉକ୍ତ ଦିଗରେ ଏକ ପଦକ୍ଷେପ ଏବଂ ଆମେ ବିଶ୍ୱାସ କରୁଛୁ ଯେ ଉପଭେକ୍ତାମାନେ ଏହି ଫ୍ୟାନ୍‌ରୁ ପାଇବାକୁ ଥିବା ମୂଲ୍ୟକୁ ପ୍ରଶଂସା କରିବେ।

Share