Categories: ଖେଳ

ଫାଦର୍ସ ଡେ’ରେ ପୁଅର ନାଁ ଘୋଷଣା କଲେ ଯୁବରାଜ

ଆଜି ଫାଦର୍ସ ଡେ’ ଅର୍ଥାତ୍‌ ପିତୃ ଦିବସ। ଆଜିର ଦିନରେ ଅନେକ ସେଲିବ୍ରିଟି ନିଜ ପିତାଙ୍କ ସହ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ସ୍ତ୍ରୀ ହେଜେଲ କିଚ ପିତୃ ଦିବସ ଦିବସ ଅବସରରେ ନିଜ ପୁଅର ନାମ ପ୍ରକାଶ କରିଛନ୍ତି। ଉଭୟ ପୁଅର ନାଁ ଓରିଅନ କିଚ୍‌ ସିଂ ରଖିଛନ୍ତି। ଟୁଇଟରରେ ୟୁଭି ପୁଅର ଫଟୋ ଶେୟାର କରି ଲେଖିଛନ୍ତି, ଓରିଅନ କିଚ ସିଂଙ୍କୁ ଦୁନିଆକୁ ସ୍ବାଗତ। ମମି ଏବଂ ବାପା ଛୋଟ ‘ପୁଟର’କୁ ଭଲ ପାଆନ୍ତି। ୟୁଭି ପୁଅର ନାମ ପ୍ରକାଶ କରିବା ପରେ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।
ଯୁବରାଜ ୨୦୧୬ ନଭେମ୍ବର ୩୦ରେ ମଡେଲ୍‌ ହେଜେଲ କିଚଙ୍କୁ ବିବାହ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ, ୟୁଭି ପିତା ହୋଇଥିଲେ। ଯୁବରାଜ ତାଙ୍କ କ୍ୟାରିୟରରେ ଭାରତ ପାଇଁ ୩୦୪ଟି ଦିନିକିଆ ଖେଳି ୮୭୦୧ ରନ୍‌ ସହ ୧୧୧ଟି ଉଇକେଟ୍‌ ନେଇଥିଲେ ଏବଂ ୫୮ ଟି-୨୦ ମ୍ୟାଚ ଖେଳି ୧୧୭୭ ରନ ସହିତ ୨୮ ଉଇକେଟ ନେଇଥିଲେ। ସେହିପରି ୪୦ ଟେଷ୍ଟରେ ୟୁଭି ୧୯୦୦ ରନ ସ୍କୋର କରିଥିଲେ ଏବଂ ୯ଟି ଉଇକେଟ ନେଇଥିଲେ।

Share