ଓଡ଼ିଆ ଠିକାଦାରଙ୍କୁ ମିଳୁନି କାମ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ଆସନ୍ତା ୨୦୨୪-୨୫ ସୁଦ୍ଧା ରାଜ୍ୟର ସବୁ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଛି। ୫୦କୋଟି ଟଙ୍କା ଉପରେ ଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ ଏଲ୍‌ ଆଣ୍ଡ ଟି ଭଳି ବଡ଼ ବଡ଼ ସଂସ୍ଥା ପାଉଛନ୍ତି। ଛୋଟ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ଠିକାଦାରଙ୍କୁ ମିଳୁଛି। ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଗାଇଡ୍‌ଲାଇନ ଅନୁଯାୟୀ ଟେଣ୍ଡର କରାଯାଉଛି। ସେଥିରେ ବଡ଼ ବଡ଼ କମ୍ପାନୀ ଭାଗ ନେଉଛନ୍ତି। ପ୍ରକଳ୍ପ ପାଇଁ ଆବଶ୍ୟକ ପାଇପ୍‌କୁ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା କମ୍ପାନୀରୁ କିଣିବାକୁ ସର୍ତ୍ତ ରଖାଯାଇଛି। ତେବେ ରାଜ୍ୟରେ ଚାଲିଥିବା ୨୦୭୫ ସିଙ୍ଗଲ୍‌ ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଶାର ଠିକାଦାରମାନେ କାମ କରୁଛନ୍ତି। ରାଜ୍ୟରେ ଠିକା ସଂସ୍ଥାକୁ ଅଯୋଗ୍ୟ ବିବେଚିତ କରି ବାହାର ରାଜ୍ୟର ଠିକା ସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଉଥିବା ନେଇ ଆରୋପ ସତ୍ୟ ନୁହେଁ। ବିଜେଡି ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୂଳ ପ୍ରଶ୍ନ ନଂ. ୬୬୧ର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ, ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ପାଇଁ ଧାର୍ଯ୍ୟ ଟେଣ୍ଡର ସର୍ତ୍ତାବଳୀ କ’ଣ ଥିଲା। ରାଜ୍ୟରେ ହେଉଥିବା ମେଗା ପାଇପ ଜଳ ପ୍ରକଳ୍ପରେ ରାଜ୍ୟର ଠିକା ସଂସ୍ଥାଙ୍କୁ ଅଯୋଗ୍ୟ ବିବେଚିତ କରି ରାଜ୍ୟ ବାହାର ଠିକା ସଂସ୍ଥାଙ୍କୁ କାମ ଦେବା ଲାଗି ଜାଣିଶୁଣି ସେଥିରେ ଜଟିଳ ସର୍ତ୍ତାବଳୀ ଆରୋପ କରାଯାଇଥିବା ସତ୍ୟ କି। ମୂଳ ପ୍ରଶ୍ନକର୍ତ୍ତା ଅତିରିକ୍ତ ପ୍ରଶ୍ନରେ କହିଥିଲେ, ଓଡ଼ିଶାର ପାଣିପାଇପ ମିସ୍ତ୍ରି ବିଦେଶ ତଥା ଦେଶର ସମସ୍ତ ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାରେ ସେମାନଙ୍କୁ କାମ ମିଳୁନାହିଁ। ଛୋଟଛୋଟ ପ୍ରକଳ୍ପଗୁଡ଼ିକୁ ମିଶାଇ ବଡ଼ ପ୍ରକଳ୍ପ କରାଯାଉଛି। ଏ ମେଗା ପ୍ରକଳ୍ପ ପ୍ରୀତି କାହିଁିିକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ବିଭିନ୍ନ ପଞ୍ଚାୟତକୁ ଆଧାର କରି ପ୍ରକଳ୍ପ କରାଯାଉଛି। ବୋର୍‌ୱେଲ କରି ମାଟି ତଳୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏପରି କି କେତେକ ପଞ୍ଚାୟତରେ ଜଳକୁ ବିଶୋଧନ କରି ଭୂପୃଷ୍ଠ ଜଳକୁ ଯୋଗାଇ ଦିଆଯାଇଛି। ଏଥିପାଇଁ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ମେଗା ପ୍ରକଳ୍ପର ଆବଶ୍ୟକତା ପଡୁଛି। ପ୍ରକଳ୍ପକୁ ସିଭିସି ଗାଇଡ୍‌ଲାଇନ ଅନୁଯାୟୀ ଟେଣ୍ଡର କରି ଦିଆଯାଉଛି। ତେବେ ଓଡ଼ିଶାର ଠିକା ସଂସ୍ଥାଗୁଡ଼ିକୁ ମଧ୍ୟ କାମ ଦିଆଯାଉଛି ବୋଲି ଜେନା କହିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ବଡ଼ଚଣାରେ ଜଳ ବିଶୋଧନ କାମ ଦୀର୍ଘଦିନ ଧରି ପଡ଼ିରହିଛି। ମନ୍ତ୍ରୀ କହିଲେ, ପ୍ରତ୍ୟେକ ପଞ୍ଚାୟତ ପାଇଁ ଓଭରହେଡ୍‌ ଟ୍ୟାଙ୍କ କରାଯାଉଛି। ସେଥିରେ ୨ରୁ ୩ ଲକ୍ଷ ଲିଟର ପାଣି ରହୁଛି। ବାତ୍ୟା ହେଲେ କିମ୍ବା ବିଦ୍ୟୁତ୍‌ ନ ରହିଲେ ଟାଙ୍କିରୁ ପାଣି ୪ରୁ ୫ ଦିନ ଯାଏ ଯୋଗାଇ ଦେଇହେବ। ମନ୍ତ୍ରୀ କହିଲେ, ଜମି ଅଭାବରୁ ଏହି କାମ ଆରମ୍ଭ ହୋଇପାରୁ ନାହିଁ। ବଡ଼ଚଣା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୪୩ ପଞ୍ଚାୟତର ୨୪୫ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଭାଜପା ସଭ୍ୟ ମୋହନ ମାଝି ଅତିରିକ୍ତ ପ୍ରଶ୍ନରେ କହିଲେ ମେଗା ପାଇପ ଜଳ ଯୋଗାଣ ଭାରତ ସରକାରଙ୍କ କାର୍ଯ୍ୟକ୍ରମ। ଓଏମ୍‌ବିଏଡିସି ଏବଂ ଡିଏମ୍‌ଏଫ ପାଣ୍ଠିରୁ ପାନୀୟ ଜଳ ପାଇଁ ଅର୍ଥ ଖର୍ଚ୍ଚ କରାଯାଉଛି। ଓଡ଼ିଶାର ଠିକା ସଂସ୍ଥାକୁ କାମ ଦିଆଯାଉ ନାହିଁ। ୨୦୧୫-୧୬ରୁ ଏହି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ସରକାର କେତେ ଟଙ୍କା ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଲେ, ୨୦୧୫-୧୬ରୁ ଏ ପର୍ଯ୍ୟନ୍ତ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୯୩.୫୨ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୬୯୧ କୋଟି ଟଙ୍କା ଦେଇଛନ୍ତି। ୨୦୨୫-୨୬ ସୁଦ୍ଧା ରାଜ୍ୟର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରଶ୍ନକୁ ଆଉ ଆଗକୁ ନ ନେଇ ମୂଳ ପ୍ରଶ୍ନକର୍ତ୍ତାଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଡାକିଥିଲେ। ବାଚସ୍ପତି କହିଲେ ଆହୁରି ୯୦ ଜଣ ପ୍ରଶ୍ନକର୍ତ୍ତା ଅଛନ୍ତି। ଆଲୋଚନା କଲେ ୩ ଦିନ ଲାଗିବ। ତେଣୁ ବିଧାନସଭା ପରେ ବିଧାୟକମାନଙ୍କୁ ଡାକି ସେମାନଙ୍କ ଅଞ୍ଚଳରେ ଥିବା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରି ସମସ୍ୟା ଦୂର କରିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି ଭାଜପା ଓ କଂଗ୍ରେସ ସଦସ୍ୟମାନେ ରାଗିଯାଇ ହୋହଲ୍ଲା କରିଥିଲେ। କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଭାଜପା ସଦସ୍ୟ ମୋହନ ଚରଣ ମାଝି, ସୁକାନ୍ତ ନାୟକ, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୧ଟା ୧୪ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri