ବର୍ଲିନ ମହୋତ୍ସବରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର,୨୮।୯: ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହେଉଥିବା ଇଣ୍ଡୋ ଜର୍ମାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର କ୍ରୀଡ଼ା ଡକ୍ୟୁମେଣ୍ଟ ଭିତ୍ତିକ ଫିଲ୍ମ ‘ଦ ମାଉଣ୍ଟେନ୍‌ ହକି’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ମାତା ଅଭିନାଶ ପ୍ରଧାନ ଓ ଦେବାଶିଷ ମହାପାତ୍ର।
ଜଣେ ହକି ଶିକ୍ଷକର ସଂଘର୍ଷ ଓ ତା’ର ପୂର୍ଣ୍ଣ ଜୀବନ ଉପରେ ଫିଲ୍ମଟି ଆଧାରିତ। ରାଜେନ୍ଦ୍ର କୁମାର କୁଜୁର ନାମକ ଜଣେ କୋଚ୍‌ ୪୦୦ଝିଅଙ୍କୁ ବହୁ କଷ୍ଟରେ ଅମଲିଖାମନ ଗାଁର ଏକ ମିଶନାରୀ ସ୍କୁଲରେ ଶିକ୍ଷା ଦେଉଥିଲେ। କାହାଣୀରେ ତାଙ୍କର ଏହି ଜୀବନଯାତ୍ରାକୁ ପ୍ରଦର୍ଶିତ କରାଯାଇଛି। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ରାଜ କିଶୋର ହୋତା। ସେ ୧୦ ବର୍ଷ ହେବ ବଲିଉଡ୍‌ରେ କାମ କରୁଥିଲେ। ଏବେ ଓଡ଼ିଶାର ନୂଆ ଟ୍ୟାଲେଣ୍ଟକୁ ନେଇ କାମ କରିବାକୁ ଓଲିଉଡ୍‌କୁ ଏଣ୍ଟ୍ରି କରିଛନ୍ତି। ତେବେ ଫିଲ୍ମକୁ ଏମ୍‌ଏକ୍ସ ପ୍ଲେୟାର, ଡିଜନି ପ୍ଲସ ହଟ୍‌ଷ୍ଟାର ଓ ଫିୟରଲେସ ନାମକ ଏକ ବିଶ୍ୱସ୍ତରୀୟ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ।

Share