ଓଡ଼ିଆ ଝିଅ ପାଇଲେ ମେକ୍‌ଅପ୍‌ କଳାକାର ଟାଇଟଲ

ସମ୍ବଲପୁର,୩୦ା୮(ବ୍ୟୁରୋ): ସମ୍ବଲପୁର ଝିଅ ମନିଶା ପଣ୍ଡା ଶ୍ରେଷ୍ଟ ମେକ୍‌ଅପ୍‌ କଳାକାର ଟାଇଟଲ ହାସଲ କରିଛନ୍ତି। ଗୋଆରେ ଭିକୋନେଟ ଷ୍ଟାର ଇଭେଣ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ମନିଶା ବିଜୟୀ ହୋଇଛନ୍ତି। ରବିବାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବା ସହ ପୁରସ୍କାର ଦିଆଯାଇଥିଲା। ବଲିଉଡର ଚର୍ଚ୍ଚିତ ସିନେ କଳାକାରଙ୍କ ସହ ମନିଶା ସୋନୁ ସୁଦଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୬ଜଣ ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଥିଲେ। ସମସ୍ତଙ୍କୁ ପଛରେ ପକାଇ ମନିଶା ବିଜୟୀ ହୋଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ମନିଶାଙ୍କ ପରିବାର ସହ ସମ୍ବଲପୁର ସହରରେ ଖୁସିର ଲହର ଖେଳିଯାଇଛି। ମନିଶା କୁଲତକାନୀ ନିବାସୀ ଜ୍ଞାନବଲ୍ଲଭ ପଣ୍ଡା ଓ ପ୍ରମିଳାଙ୍କ ସୁପୁତ୍ରୀ।

 

Share