ଗୁଗଲ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡିଆ ଭାଷାକୁ ଆଉ ଏକ ବଡ ସଫଳତା ମିଳିଛି। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଏବେ ଓଡିଆ ଭାଷା ଉପଲବ୍ଧ ହେବ। ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ଘୋଷଣାକୁ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ଓଡିଆ ବର୍ତ୍ତମାନ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ୧୨ତମ ଭାଷାଭାବେ ଯୋଡି ହୋଇଛି। ଆଗକୁ ଓଡିଆ ବିଶ୍ୱସ୍ତରରେ ପରିଚୟ ଲାଭ କରିବା ସହ ସବୁ ଖବର ଆମ ଭାଷାରେ ମିଳିପାରିବ। ଏହାସହ ଅନ୍ତଃ ରାଜ୍ୟ ପ୍ରଚଳନକୁ ମଧ୍ୟ ପ୍ରୋତ୍ସାହନ ଦେବ। ମାଇକ୍ରୋସଫ୍ଟର ଘୋଷଣା ମୁତାବକ, ଉକ୍ତ ଟ୍ରାନ୍ସଲେଟର ଆପ, ଟ୍ରାନ୍ସଲେଟର ଫର ବିଙ୍ଗ ଓ ମାଇକ୍ରୋସଫ୍ଟ ଆଜ୍ୟୋର କଗନିଟିଭ ସର୍ଭିସେସ ଟ୍ରାନ୍ସଲେଟରରେ ଓଡିଆ ଭାଷାରେ ଅନୁବାଦ କରାଯାଇପାରିବ।

Share