ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ଶୁକ୍ରବାର ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଡାକ୍ତରୀ ପାଠ ପଢ଼ିବା ପାଇଁ ଆଦିତ୍ୟ ୟୁକ୍ରେନ୍ ଯାଇଥିଲେ। ସେ ଖାର୍କିଭ୍ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ତୃତୀୟ ବର୍ଷର ଛାତ୍ର । ଗମନାଗମନ ବନ୍ଦ ଯୋଗୁ ଆଦିତ୍ୟଙ୍କ ସମେତ ଅନେକ ଛାତ୍ରୀଛାତ୍ର ମାଟି ତଳେ ଥିବା ଏକ ବଙ୍କରରେ ଅତି ଶୋଚନୀୟ ଅବସ୍ଥାରେ ରହିଛନ୍ତି। ଅନ୍ଧାର ଯୋଗୁ କେବଳ ବିସ୍କୁଟ ଖାଇ ରହିଥିବା ଆଦିତ୍ୟ ପରିବାର ଲୋକଙ୍କୁ ଜଣାଇଛନ୍ତି।