Categories: ନୂଆପଡ଼ା

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ, ୧୪ା୧୦-ନୂଆପଡା ଜିଲା ଛିନ୍ଦପାଣି ଗ୍ରାମର ଘାସିରାମ ତାଣ୍ଡି(୨୫)ନାମକ ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ସୋମବାର ମୃତ୍ୟୁ ଘଟିଛି। ବୁଧବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ବର୍ଷେ ହେବ ଘାସିରାମ ସେଠାରେ କାମ କରୁଥିଲେ। ଲକ୍‌ଡାଉନ ସତ୍ତ୍ୱେ ମାଲିକ ଅଧିକ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ସେ ଅଟକି ଯାଇଥିଲେ। ଗତ ଶନିବାର ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।