ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୩୦।୭(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲାର ଲାଙ୍କାଭାନିଦାବା ଗ୍ରାମରେ ଚିଙ୍ଗୁଡି ପ୍ୟାକ୍ଟ୍ରିିରେ କାମ କରୁଥିବା ବେଳେ ଶର୍ଟ୍‌କିଟରେ ଆସି ୬ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୁଣପୁର ପୌରପରିଷଦ ମୋତିଲାଲ ନଗରର ନବୀନ ଶବର, ଭୀମପୁର ପଞ୍ଚାୟତ ଅନ୍ତର୍ଗତ ଫୁଲପୁଟି ଗାଁର ପାଣ୍ଡବ ଶବର, ମୋହନ ଶବର ,କରୁଣାକର ଶବର ଏବଂ ଝୁମ୍ପାପୁରର ରାମମୂର୍ତ୍ତି ଗମାଙ୍ଗ। ଅନ୍ୟ ଜଣେ ମୃତକ ହେଲେ ଗଜପତି ଜିଲା ଜିରାଙ୍ଗ । ତେବେ ରାୟଗଡାର ମୃତକମାନେ କିଛି ମାସେ ତଳେ ଏହି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

Share