ପାତ୍ରପୁର,୫।୫(ଡି.ଏନ୍.ଏ.): କେରଳରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ବାଦପୁର ପଞ୍ଚାୟତ ଦେସାରି ଗ୍ରାମର ସୀମାଞ୍ଚଳ ନାଇକ(୨୮)। ସୀମାଞ୍ଚଳ କେରଳର ଏକ କମ୍ପାନୀରେ କାମ କରିବାକୁ ଗତ ମାସରେ ଯାଇଥିଲେ। ଗତ ବୁଧବାର ଭୋରରେ ଛାତରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମକୁ ଆସୁଛି। ସୀମାଞ୍ଚଳଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତିି। ତାଙ୍କର ୪ ବର୍ଷର ଝିଅ ଅଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।