ଗୁଜରାଟରେ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗୁଜରାଟରେ ଜଣେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ଗଞ୍ଜାମ ସହର ସାମନ୍ତରାୟ ସାହିର ନାରାୟଣ ମହାରଣାଙ୍କ ବଡ଼ ପୁଅ ରଞ୍ଜନ ଗତ ଦୁଇଦିନ ହେବ ଗୁଜୁରାଟରେ ନିଖୋଜ ଥିବା ତାଙ୍କ ଭାଇ ପିଣ୍ଟୁ ସୂଚନା ଦେଇଛନ୍ତି। ପିଣ୍ଟୁଙ୍କ କହିବା ଅନୁଯାଇ, ସେ ଗୁଜରାଟର ଭରଚୁଠାରେ ଭଡା ଘରେ ରହି ଏକ ଘରୋଇ କାରଖାନାରେ କାମ କରୁଥିଲେ। ଗତ ୧୮ ତାରିଖରେ ସେ କେଉଁଆଡେ ଯାଇଛନ୍ତି ଏବେ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନାହିଁ। ଏଥିଯୋଗୁ ପରିବାରଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି । ଅ୍ୟନପକ୍ଷେ ରଞ୍ଜନଙ୍କ ମୋବାଇଲ ଫୋନରୁ ଜଣେ ବ୍ୟକ୍ତି ଘରକୁ ଫୋନ କରି କହିଥିଲେ ତାଙ୍କୁ ଏହି ଫୋନଟା ମିଳିଛି। ଏଥିସହ ତାଙ୍କୁ ଯୋଗାଯୋଗ କରିବାକୁ ଉକ୍ତ ବ୍ୟକ୍ତି ଜଣକ କହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

Share