Categories: ବାଣିଜ୍ୟ

ଦେହାତ ସହ ଓର୍‌ମାସ୍‌ର ବୁଝାମଣା

ଭୁବନେଶ୍ୱର, ୯।୧୧: ଦେଶର ସର୍ବବୃହତ୍‌ ଏଗ୍‌ଟେକ୍‌ କମ୍ପାନୀ ଦେହାତ ଏବଂ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି (ଓର୍‌ମାସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ଓଡ଼ିଶାରେ ମକା ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଉଭୟ ଦେହାତ ଏବଂ ଓର୍‌ମାସ୍‌ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓର୍‌ମାସ୍‌ର ସିଇଓ ଗୁହା ପୁନମ ତାପସ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଏମ୍‌ଓୟୁ ସ୍ବାକ୍ଷର ଉତ୍ସବରେ ବହୁ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ଓ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେହିଭଳି ନିକଟରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ କେ୍‌ରତା ବିକ୍ରେତା ବୈଠକରେ ଓର୍‌ମାସ୍‌ ସହ ଦେହାତର ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା। ଉକ୍ତ ବୁଝାମଣା ପତ୍ର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲାର କୃଷକମାନଙ୍କୁ ପ୍ରତିଯୋଗିତାମୂଳକ ଦରରେ ମକା ବିକ୍ରି କରିବାରର ସୁଯୋଗ ପ୍ରଦାନ କରିବା ସହ ନିରବଚ୍ଛିନ୍ନ ଭାବେ ମକା ସଂଗ୍ରହ, ସଂରକ୍ଷଣ, ଗୁଣବତ୍ତା ଏବଂ ପରିବହନ ସୁବିଧା ସୁନିଶ୍ଚିତ କରିବ ବୋଲି ବିସ୍ତୃତ ଆଲୋଚନା ହୋଇଥିଲା।

Share