ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ,୧୧।୨(ଡି.ଏନ୍‌.ଏ.): ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କୋକସରାରୁ ଲଗାତର ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫-୨୦୦୦ ଏବଂ ୨୦୦୦-୨୦୦୪ରୁ ସେ ବିଧାୟିକା ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳିଯାଇଛି l ତେବେ ତାଙ୍କ ମର ଶରୀର ଜୟପାଟଣା ଅଣାଯାଉଥିବା ସୂଚନା ମିଳିଛି।

Share