ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କ ୧.୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଜବତ କରିଛି। ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ଉକ୍ତ ସମ୍ପତ୍ତି ଜବତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଅନାମ ନାଏକ ବିଧାୟକ ହେବା ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଜଣେ କନିଷ୍ଠ କିରାଣି ଭାବେ କାମ କରୁଥିଲେ। ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପରେ ତାଙ୍କ ନାମରେ ଓ ତାଙ୍କ ପରିବାର ନାମରେ ଥିବା ବ୍ୟାଙ୍କ ଡିପୋଜିଟ ଏବଂ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ କରାଯାଇଥିଲା। ମନି ଲଣ୍ଡରିଂ ଆଇନ ନିରୋଧୀ ବଳରେ ୨୦୨୦ ଜାନୁୟାରୀରେ ଅନାମଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ କୋର୍ଟରେ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଉକ୍ତ ବେଆଇନ ସମ୍ପତ୍ତି ଜବତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି।