Posted inଜାତୀୟ

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ ଜଣେ ଭକ୍ତ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଜଣେ ଭକ୍ତ ଏବେ ଦାବି କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ବାହାରିଛି । ତେବେ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏଭଳି ଦାବିକୁ ଖାରଜ କରିଛି ।

ସୂଚନାଯୋଗ୍ୟ, ଏଭଳି ଘଟଣା ସାମ୍ନାକୁ ଅଆସିବା ପରେ ଭକ୍ତ ଜଣଙ୍କ କହିଛନ୍ତି ଯେ, ‘ଏହା ଗ୍ରହଣୀୟ ନୁହେଁ ଏବଂ ଟିଟିଡି କର୍ତ୍ତୃପକ୍ଷଙ୍କ ଅବହେଳାକୁ ପ୍ରତିଫଳିତ କରୁଛି । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ’ ।

ସେ କହିଛନ୍ତି, ୱାରଙ୍ଗାଲରୁ ଦର୍ଶନ ପାଇଁ ଆସିଥିଲି । ମୁଁ ମୁଣ୍ଡନ କରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲି । କିନ୍ତୁ ଭୋଜନ ସମୟରେ ପ୍ରସାଦରେ ଏକ ପୋକ ଦେଖିବାକୁ ପାଇଥିଲି । ଏ ନେଇ ମୁଁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲି, କିନ୍ତୁ ସେମାନଙ୍କ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଥିଲେ । ସେମାନେ କହିଥିଲେ ବେଳେବେଳେ ଏହା ଘଟେ ।

ତେବେ ଏହି ଘଟଣାର ଫଟୋ, ଭିଡିଓ ଉତ୍ତୋଳନ କରିବା ପରେ ଅଧିକାରୀମାନେ ମୋ ପାଖକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ପ୍ରସାଦ ସେବନ ପାଇଁ ବ୍ୟବହୃତ ହେଉଥିବା ପତ୍ରରୁ ଏହି ପୋକ ଆସିଛି ବୋଲି ସେମାନେ କହିଥିଲେ । ତେବେ ଏହି ଅବହେଳା ଗ୍ରହଣୀୟ ନୁହେଁ । ଯଦି ପିଲାମାନେ କିମ୍ବା ଅନ୍ୟମାନେ ଏହି ଦୂଷିତ ଖାଦ୍ୟ ଖାଆନ୍ତି ଆଉ ଅସୁବିଧାରେ ପଡ଼ନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି ଭକ୍ତ କହିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର କର୍ମଚାରୀମାନେ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଭକ୍ତ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ‘ସେମାନେ ଆମକୁ ଘଉଡ଼ାଉଥିଲେ। ଏଭଳି ଘଟଣା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍’ ।

ପ୍ରସାଦରେ ପୋକ ଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଭକ୍ତଙ୍କ ଅଭିଯୋଗକୁ ଟିଟିଡି ଦୃଢ଼ ଭାବେ ପ୍ରତ୍ୟାଖାନ କରିଛି । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ଫ୍ରେସ୍‌ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ । ପ୍ରସାଦରେ ପୋକ୍‌ ପଡ଼ିବା ସମ୍ଭବ ନୁହେଁ ବୋଲି ଟଟିଡି ପକ୍ଷରୁ କୁହାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦...

ଠାକ୍‌ରେ ଭ୍ରାତା ଏକାଠି ହେବା ଚର୍ଚ୍ଚାକୁ ସଞ୍ଜୟ ରାଉତଙ୍କ ଖଣ୍ଡନ

ମୁମ୍ବାଇ,୨୦।୪: ପରସ୍ପରଠାରୁ ଦୂରେଇ ଯାଇଥିବା ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ...

ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି?

ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image