Categories: ଜାତୀୟ

ଅନାଥାଶ୍ରମ ଶିଶୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି, ଆମର ବି ହେଉ ଅଧାର କାର୍ଡ…

ପ୍ରୟାଗରାଜ୍‌,୮।୧୧: ଆଧାର କାର୍ଡ ଭାରତର ସମସ୍ତଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଉତ୍ତରପ୍ରଦେଶ ପ୍ରୟାଗରାଜର କଟଘର ରୋଡଠାରେ ଥିବା ଅନାଥାଶ୍ରମର ଶିଶୁ ସେମାନଙ୍କର ଆଧାର କାର୍ଡ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଛନ୍ତି। ସେମାନେ ଚିଠିରେ ଲେଖଛନ୍ତି, ଅଙ୍କଲ୍‌ ଆମର ବି ଆଧାର କାର୍ଡ କରି ଦିଅନ୍ତୁ। ଯାହାଦ୍ୱାରା ଆମକୁ ସମାଜରେ ଏକ ପରିଚୟ ମିଳି ପାରିବ। ପୋଷ୍ଟକାର୍ଡରେ ଶିଶୁମାନେ ନିଜ ମନର କଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ବ୍ଲୁ କ୍ରସ୍‌ ସଂସ୍ଥାର ଅଧ୍ୟକ୍ଷ ରାଜୀବ ମିଶ୍ରା ଅନାଥ ଶିଶୁଙ୍କର ଆଧାର କାର୍ଡ କରିବା ଲାଗି ପ୍ରୟାସ କରୁଛନ୍ତି। ଏହା ଦ୍ୱାରା ଶିଶୁମାନଙ୍କୁ ଏକ ପରିଚିତି ମିଳିପାରିବ ବୋଲି ସେ କହିଛନ୍ତି। ଶିଶୁଙ୍କ ଏହି ଉଦ୍ୟମ ଦ୍ୱାରା ପ୍ରଧାନମନ୍ତ୍ରୀ ଦେଶରେ ଥିବା ସମସ୍ତ ଅନାଥାଳୟର ଶିଶୁ ତଥା ଅନ୍ୟ ଆଶ୍ରିତଙ୍କ ଆଧାର କାର୍ଡ ପ୍ରସ୍ତୁତି ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆଶା ରହିଛି । ଏହା ଦ୍ୱାରା ବହୁ ଅନାଥ ଶିଶୁଙ୍କ ମୁହଁରେ ହସ ଖେଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Share