Categories: ଜାତୀୟ

ଅନାଥଙ୍କୁ ମିଳିବ ମାସକୁ ଅଢ଼େଇ ହଜାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଲକ୍ଷ୍ନୌ,୩।୮: ଏଣିକି ଅନାଥଙ୍କୁ ମାସକୁ ଅଢ଼େଇ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କୋଭିଡ-୧୯ କାରଣରୁ ଅନାଥ ହୋଇଥିବା ଅନାଥ ପିଲାମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ। ମାତାପିତାଙ୍କୁ ହରାଇ ଥିବା ପିଲାଙ୍କୁ ଏହି ସହାୟତା ପ୍ରଦାନ ଲାଗି ଏକ ପ୍ରସ୍ତାବକୁ ଯୋଗୀଙ୍କ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବାଲ୍‌ ସେବା ଯୋଜନା ଅନ୍ତର୍ଗତ ଅନାଥ ପିଲାମାନଙ୍କୁ ରାଜ୍ୟ ସରକାର ପ୍ରତିମାସରେ ୨୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଯୋଜନା ଅନୁସାରେ ଯୋଗ୍ୟତା ବର୍ଗରେ ସାମିଲ କରାଯାଇଥିବା ସର୍ବାଧିକ ଦୁଇ ପିଲା ଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶିଶୁ ସେବା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଯୋଗାଇଦେବା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିିଛି। ୧୮ ବର୍ଷରୁ କମ ବୟସ୍କ ଅନାଥ ପିଲାମାନଙ୍କ ସରକାରୀ ସହାୟତା ମିଳିବ। ଏହା ବ୍ୟତୀତ, ଯେଉଁ ପିଲାମାନଙ୍କର ମାତା ଛାଡପତ୍ର ପାଇଛନ୍ତି କିମ୍ବା ପରିତ୍ୟକ୍ତା ହୋଇଛନ୍ତି କିମ୍ବା ଯେଉଁ ପିଲାମାନଙ୍କର ମାତାପିତା କିମ୍ବା ପରିବାରର ମୁଖ୍ୟ ଜେଲରେ ଅଛନ୍ତି, କିମ୍ବା ଶିଶୁ ଶ୍ରମିକ, ଭିକ୍ଷାବୃତ୍ତି କରୁଥିବା ଶିଶୁ, ଶିଶୁ ବୈଶ୍ୟାବୃତ୍ତିରୁ ଉଦ୍ଧାର ହୋଇଥିତ୍ବା ପରିବାରର ପିଲା ଆଦିଙ୍କୁ ପରିବାରର ପିଲାମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ସରକାରୀ ରିପୋର୍ଟ ଅନୁଯାୟୀ, ୧୮ ରୁ ୨୩ ବର୍ଷ ବୟସ୍କ ଯୁବବର୍ଗ ଯେଉଁମାନେ କୋଭିଡ କିମ୍ବା ଅନ୍ୟାନ୍ୟ କାରଣରୁ ମାତାପିତା କିମ୍ବା ଅଭିଭାବକ ହରାଇଛନ୍ତି ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପରେ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ଡିପ୍ଲୋମା ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଦ୍ୱାଦଶ ଶିକ୍ଷା ସମାପ୍ତ କରିବା ପରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା, ଏନ୍‌ଇଇଟି, ଜେଇଇ, ସିଏଲ୍‌ଏଟି ଆଦି ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ଏହାର ସୁଫଳ ପାଇପାରିବେ।

Share