ଦକ୍ଷିଣ କୋରିଆର ଦାବି, ମହାକାଶରୁ ଶତ୍ରୁ ଉପରେ ନଜର ରଖିବ ନର୍ଥ କୋରିଆ

ସିଓଲ,୧୭।୮: ଉତ୍ତର କୋରିଆ ଏକ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି। ଦକ୍ଷିଣ କୋରିଆର ଜଣେ ସାଂସଦ ଦେଶର ଗୁଇନ୍ଦା ଏଜେନ୍ସି ସୂତ୍ରକୁ ଆଧାର କରି ଏହି ସୂଚନା ଦେଇଛନ୍ତି କି ଉତ୍ତର କୋରିଆ ଅଗଷ୍ଟ ଶେଷ ସପ୍ତାହରେ ଅଥବା ସେପ୍ଟେମ୍ବର ଆରମ୍ଭରେ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିପାରେ। ସୂଚନାଯୋଗ୍ୟ, ଉତ୍ତର କୋରିଆ ଚଳିତ ବର୍ଷ ମେ’ରେ ମଧ୍ୟ ଉପଗ୍ରହ ଉତକ୍ଷେପଣ କରିଛି, କିନ୍ତୁ ତା’ର ସେହି ମିଶନ ବିଫଳ ହୋଇଛି। ଏହା ପରେ ଉତ୍ତର କୋରିଆ ଶୀଘ୍ର ମହାକାଶର କକ୍ଷପଥରେ ଆଉ ଏକ ଉପଗ୍ରହ ସ୍ଥାପନ କରିବାକୁ ଶପଥ ନେଇଛି।
ଦେଶର ଗୁପ୍ତଚର ଏଜେନ୍ସିର ମୁଖ୍ୟଙ୍କ ସହ ସାକ୍ଷାତ ପରେ ଦକ୍ଷିଣ କୋରିଆ ସଂସଦ ସଦସ୍ୟ ୟୋ ସାଙ୍ଗ-ବମ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଉତ୍ତର କୋରିଆ ତ୍ରୁଟି ସୁଧାରିବାରେ ସଫଳ ହୁଏ, ତେବେ ଦେଶର ପ୍ରତିଷ୍ଠା ବାର୍ଷିକୀ ପାଳନ ଅବସରରେ ସେପ୍ଟେମ୍ବରରେ ଏକ ଶିଖର ବୈଠକ ଅନୁଷ୍ଠିତ ହେବ।

Share