‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’କୁ ମିଳିଲାନି ଓସ୍କାର

ଚଳିତବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଓସ୍କାର ୨୦୨୩ରେ ଭାରତକୁ ଗୋଟିଏ ନୁହେଁ, ତିନୋଟି ବିଭାଗରେ ନାମାଙ୍କନ ମିଳିଥିଲା। ଶୌନକ ସେନ୍‌ଙ୍କ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ଭାରତରୁ ପଠାଯାଇଥିଲା। କିନ୍ତୁ ଫିଲ୍ମଟି ପୁରସ୍କାର ଜିତିପାରି ନାହିଁ। ଏହି ବର୍ଗରେ ‘ନାଭାଲ୍‌ନି’ ପୁରସ୍କାର ଜିତିଛି।
‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ର କାହାଣୀ ଦିଲ୍ଲୀର ଦୁଇ ଭାଇ ନାଦିମ ଏବଂ ସଉଦଙ୍କୁ ନେଇ ଗଢିଉଠିଛି। ସହରର ଖରାପ ବାୟୁ ଏବଂ ବିଗୁଡୁଥିବା ସାମାଜିକ ପରିସ୍ଥିତି ମଧ୍ୟରେ କଳା ଚିଲଙ୍କୁ ବଞ୍ଚାଇବାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି। ଏହି ଦୁଇ ଭାଇ ଏପରି କାମ କରନ୍ତି, ଯାହାକୁ କେହି ଭାବି ପାରିବେ ନାହିଁ। ଏକ ସତ୍ୟ କାହାଣୀ ଉପରେ ଆଧାର କରି ଏହି ଡକ୍ୟୁମେଣ୍ଟାରୀ ୯୦ ମିନିଟ ଲମ୍ବା ଅଟେ। ଏହି ଡକ୍ୟୁମେଣ୍ଟାରୀରେ ମହମ୍ମଦ ସଉଦ ଏବଂ ନାଦିମ ଶାହାଜାଦଙ୍କ ଜୀବନୀ ଚିତ୍ରିତ ହୋଇଛି। ଏହି ୨ ଭାଇ ଦିଲ୍ଲୀର ଗାଁର ୱାଜିରାବାଦରେ ପକ୍ଷୀମାନଙ୍କୁ, ବିଶେଷ କରି କଳା ଚିଲକୁ ଉଦ୍ଧାର ଏବଂ ଚିକିତ୍ସା କରନ୍ତି।

Share