ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହାଇସାରିଛି । କେବଳ ଏତିକି ନୁହେଁ ଫିଲ୍ମର ଲିଡ ଅଭିନେତା ଅନୁପମ ଖେରଙ୍କ ନାଁ ମଧ୍ୟ ଓସ୍କାରର ବେଷ୍ଟ ଆକ୍ଟର କାଟାଗୋରୀରେ ସର୍ଟ ଲିଷ୍ଟ ହୋଇଛି ।

‘ଦ କଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଅଭିନେତା ଅନୁପମ ଖେର ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଗୋଟିଏ ଫିଲ୍ମ ଭାବେ ‘ଦ କଶ୍ମୀର ଫାଇଲ୍ସ’କୁ ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ କରାଯାଇଥିବାରୁ ଖୁସି ଲାଗୁଛି । ସର୍ଟଲିଷ୍ଟ ଭାବେ ବି ଏହା ଆମ ପାଇଁ ବଡ ସଫଳତା । ଲିଷ୍ଟରେ ସାମିଲ ହୋଇଥିବା ଅନ୍ୟ ଭାରତୀୟ ଫିଲ୍ମକୁ ମୋ ପକ୍ଷରୁ ଶୁଭେଚ୍ଛା ।
ସୂଚନାଯୋଗ୍ୟ, ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଅନେକ ବିବଦ ମଧ୍ୟକୁ ଆସିଥିଲେ ବି ଅଭିନେତା ଅନୁପମ ଖେର ଏଥିରେ ତାଙ୍କ ଅଭିନୟର ୧୦୦ ପ୍ରତିଶତ ଦେଇଛନ୍ତି । ଏହାର ଯେତେ ପ୍ରଶଂସା କଲେ ବି କମ ହେବ । ଜଣେ ବରିଷ୍ଠ ଅଭିନେତା ଭାବେ ବର୍ତ୍ତମାନର ସମୟ ଗର୍ବ କରିବାର ସମୟ । ଅନୁପମଙ୍କ ବ୍ୟତୀତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବି ଫିଲ୍ମର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।
ତେବେ ଓସ୍କାର ୨୦୨୩ର ଲିଷ୍ଟରେ ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ ବି ସର୍ଟଲିଷ୍ଟ ହୋଇଛି । ଏହାସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି ‘ରକେଟ୍ରି ଦ ନମ୍ବି ଇଫେକ୍ଟ’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି ।

Share