Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ…

ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଓସ୍କାର ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ ଆଡ୍ରିଏନ୍‌ ବ୍ରୋଡି ବିଜେତା ହୋଇଛନ୍ତି। ମିକି  ‘ଆନୋରା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି।

ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
ଶ୍ରେଷ୍ଠ ଅଭିନେତା ଆଡ୍ରିଏନ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ନିର୍ଦ୍ଦେଶକ ସିଆନ ବେକର (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ଆକ୍ସନ ଲାଇଭ ସର୍ଟ ଫିଲ୍ମ ଆଇ ଏମ ନଟ ଏ ରୋବୋଟ
ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଆଇ ଏମ ଷ୍ଟିଲ ହିୟର
ଶ୍ରେଷ୍ଠ ସିନେମାଟୋଗ୍ରାଫି ଦି ବ୍ରୁଟାଲିଷ୍ଟ
ମୂଳ ସ୍କୋର ଦି ବ୍ରୁଟାଲିଷ୍ଟ
ଡକ୍ୟୁମେଣ୍ଟାରୀ ଫିଚର୍‌ ଫିଲ୍ମ ନୋ ଅଦର ଲ୍ୟାଣ୍ଡ
ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ)
ଶ୍ରେଷ୍ଠ ମୌଳିକ ଗୀତ ଏଲ ମାଲ (ଚଳଚ୍ଚିତ୍ର: ଏମିଲିଆ ପେରେଜ)
ଶ୍ରେଷ୍ଠ ସହାୟକ ଅଭିନେତା କିରନ କଲକିନ (ଚଳଚ୍ଚିତ୍ର: ଦି ରିଅଲ ପେନ)
ଶ୍ରେଷ୍ଠ ଆନିମେଟେଡ ଫିଚର୍‌ ଫିଲ୍ମ ଫ୍ଲୋ
ଶ୍ରେଷ୍ଠ ଆନିମେଟେଡ କ୍ଷୁଦ୍ର ଚଳଚ୍ଚିତ୍ର ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
ଶ୍ରେଷ୍ଠ ପୋଷାକ ଡିଜାଇନ ପଲ ତାଜେୱେଲ (ଚଳଚ୍ଚିତ୍ର: ୱିକେଟ)
ଶ୍ରେଷ୍ଠ ଚିତ୍ରନାଟ୍ୟ ଆନୋରା
ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ ପିଟର ଷ୍ଟ୍ରାଘାନ (ଚଳଚ୍ଚିତ୍ର: କନକ୍ଲେଭ)
ଚଳଚ୍ଚିତ୍ର ସମ୍ପାଦନା ଆନୋରା
ଶ୍ରେଷ୍ଠ ଶବ୍ଦ ଡୁନ: ପାର୍ଟ 2
ଶ୍ରେଷ୍ଠ VFX ଡୁନ: ପାର୍ଟ 2

ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୩ରେ, ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ’ ସର୍ବୋତ୍ତମ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଜିତିଥିଲା। ଏଥର ମଧ୍ୟ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଅନୁଜା’ ଏହି ପୁରସ୍କାର ଜିତିବା ପାଇଁ ଦୌଡ଼ରେ ଥିଲା। ଏହା ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri