ନିଜକୁ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

‘ଜୁନୋ’,‘ଇନସେପ୍ସନ’, ‘ଦ ଅମ୍ବରେଲା ଏକାଡେମୀ’ ଆଦି ଫିଲ୍ମରେ ଅଭିନୟ କରିସାରିଥିବା ଓସ୍କାର ନୋମିନେଟେଡ କଳାକାର ଇଲେନ ପେଜ ଜଣେ ତୃତୀୟ ଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଏହା ଜଣାଇ ସେ ଖୁସି ଅନୁଭବ କରୁଥିବା ମଧ୍ୟ କହିଛନ୍ତି। ଏହା ଜାଣିବା ପରେ ଅନେକ କଳାକାର ତାଙ୍କ ସପକ୍ଷରେ ବାହାରିଥିବା ଜଣାପଡ଼ିଛି।
ଇଲେନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଇଲିୟଟ୍‌ ପେଜ୍‌ରେ ଲେଖିଛନ୍ତି, ବନ୍ଧୁ ମୁଁ ଜଣେ ତୃତୀୟ ଲିଙ୍ଗୀ। ତେଣୁ ମୋତେ ସେ ବୋଲି ସମ୍ବୋଧନ କରନ୍ତୁ ବୋଲି ସେ କହିଛନ୍ତି। ମୋର ନାମ ଏଲିୟଟ। ମୁଁ ତୃତୀୟ ଲିଙ୍ଗୀ ବୋଲି ନିଜକୁ ମୁଁ ବହୁତ ଭଲ ପାଏ ବୋଲି ଇଲେନ ଲେଖିଛନ୍ତି।
ପେଜ ୨୦୦୭ମସିହାରେ ଆସିଥିବା ଜେସନ ରିଟମ୍ୟାନଙ୍କ ଫିଲ୍ମ ‘ଜୁନୋ’ରେ ଜଣେ ଗର୍ଭବତୀ କିଶୋରୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ତାଙ୍କ ନାଁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା।

Share