ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ ଅଭିନୀତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରୀ ପାଇଁ ଓସ୍କାର ପୁରସ୍କାର ନୋମିନି ତାଲିକାରେ ଯୋଡ଼ାଯାଇଛି। ଏହାର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ୮ ବର୍ଷର ବାଳିକା କିପରି ନିଜ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲଢ଼େଇ କରିଛନ୍ତି ତାକୁ ଏଥିରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି। ଏଥିସହ ୨ ସ୍କୁଲ ସାଙ୍ଗଙ୍କ ବନ୍ଧୁତା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଏ ନେଇ ଏକତା କପୁରଙ୍କ ସମେତ ପୁରା ଫିଲ୍ମର ଟିମ୍‌ ବେଶ୍‌ ଉତ୍ସାହୀ ଥିବା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଇଣ୍ଡିଆନ ଓମେନ ରାଇଜିଂ ପ୍ରୋଜେକ୍ଟରେ ଏହା ତାଙ୍କ ପ୍ରଥମ ଚଳଚ୍ଚିତ୍ର ବୋଲି ଏକତା କପୁର କହିଛନ୍ତି। ଆସନ୍ତା ଏପ୍ରିଲ ୨୫ରେ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଏହି ପୁରସ୍କାର ଉତ୍ସବ ଆୟୋଜନ କରାଯିବ।

Share