Categories: ଖେଳ

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକାଙ୍କୁ କରିଥିଲେ ହତ୍ୟା: ପାରୋଲରେ ଖଲାସ ହେଲେ ଅଲିମ୍ପିକ ଧାବକ ପିଷ୍ଟୋରିଅସ୍‌

ପ୍ରିଟୋରିଆ,୫ା୧: ଦକ୍ଷିଣ ଆଫ୍ରିକୀୟ ଆଥ୍‌ଲେଟ ଓସ୍କାର ପିଷ୍ଟୋରିଅସ୍‌ ଜେଲ୍‌ରୁ ପାରୋଲରେ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବାସଭବନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଡିପାର୍ଟମେଣ୍ଟ ଅଫ୍‌ କରେକସନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶ୍ୱ ପ୍ରସିଦ୍ଧ ଡବଲ ଆମ୍ପ୍ୟୁଟି ଅଲିମ୍ପିକ ଧାବକ ଦକ୍ଷିଣ ଆଫ୍ରିକୀୟ ରାଜଧାନୀ ପ୍ରିଟୋରିଆ ଅନ୍ତର୍ଗତ ଆଟରିଜ୍‌ଭିଲେ କରେକ୍ସନାଲ ସେଣ୍ଟରରେ ବନ୍ଦୀ ଜୀବନ ବିତାଉଥିଲେ।

୨୦୧୩ ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକା ରିଭା ଷ୍ଟିନ୍‌କ୍ୟାମ୍ପଙ୍କୁ ହତ୍ୟା ଅଭିଯୋଗରେ ପିଷ୍ଟୋରିଅସଙ୍କୁ ୧୩ ବର୍ଷ ଓ ୫ ମାସ ଜେଲଦଣ୍ଡ ହୋଇଛି। ଇତିମଧ୍ୟରେ ସେ ପାଖାପାଖି ୯ବର୍ଷ ଜେଲ ଦଣ୍ଡ ଭୋଗି ସାରିଲେଣି। ନଭେମ୍ବରରେ ତାଙ୍କୁ ପାରୋଲରେ ଯିବା ଲାଗି ଅନୁମତି ମିଳିଥିଲା। ଦକ୍ଷିଣ ଆଫ୍ରିକାରେ ଜଣେ ବଡ଼ ଅପରାଧୀଙ୍କୁ ଅତିକମ୍‌ରେ ଅଧା ଜେଲଦଣ୍ଡ ଭୋଗିସାରିବା ପରେ ପାରୋଲରେ ଖଲାସ ହେବା ଲାଗି ଯୋଗ୍ୟ ବିବେଚିତ ହୋଇଥାଏ।

Share