ଯୌନ ନିର୍ଯାତନା ମାମଲାରେ ଓସ୍କାର ବିଜେତା ପଲ ହାଗିସ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୧୧।୧୧: ଓସ୍କାର ବିଜେତା ନିର୍ଦ୍ଦେଶକ ପଲ ହାଗିସ ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ପୀଡିତାଙ୍କୁ ୭.୫ ମିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୫ ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପଲ ହାଗିସ ପୀଡିତାଙ୍କୁ ଆକ୍ରମଣ ତଥା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ମହିଳା ଦାବି କରିଛନ୍ତି, ଏହି ଇଭେଣ୍ଟ ପରେ ନିର୍ଦ୍ଦେଶକ ହାଗିସ ତାଙ୍କ ବାସଭବନକୁ ଯିବା ପୂର୍ବରୁ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

Share