କର୍ନାଟକ ନିର୍ବାଚନ ପୂର୍ବରୁ ଓସ୍କାର ଓ୍ବିନିଂ ସଙ୍ଗ ‘ନାଟୁ ନାଟୁ’ ହେଲା ‘ମୋଦି ମୋଦି’, ଭାଇରଲା ହେଉଛି ଭିଡିଓ

ବେଙ୍ଗାଲୁରୁ,୧୨।୪: ଗତ ମାସରେ ଲସ ଆଞ୍ଜେଲସରେ ହୋଇଥିବା ୯୫ ତମ ଓସ୍କାର ସେରିମନିରେ ତେଲଗୁ ମୁଭି ‘ଆରଆରଆର’ର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ଏହା ପୂର୍ବରୁ ‘ନାଟୁ ନାଟୁ’କୁ ଗୋଲଡନ ଗ୍ଲୋବ୍ସ ଆଓ୍ବାର୍ଡରେ ବେଷ୍ଟ ଅରିଜନାଲ ସଙ୍ଗର ଆଓ୍ବାର୍ଡ ମିଳିଥିଲା। ଏବେ କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିରେ ‘ନାଟୁ ନାଟୁ’ର ଧୁମରେ ‘ମୋଦି ମୋଦି’ ଗୀତ ପ୍ରସ୍ତୁତ କରାଯାଇଛି। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କନ୍ନଡ ଭାଷାରେ ପ୍ରସ୍ତୁତ କରାଯାଇଥିବା ଏହି ଗୀତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଉପଲବ୍ଧି ସମ୍ପର୍କରେ କୁହାଯାଇଛି। କର୍ନାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ମଙ୍ଗଳବାର ଏହି ଭିଡିଓକୁ ଟୁଇଟ କରିଥିଲେ। ପରେ ଅବଶ୍ୟ ସେ ସେହି ଟୁଇଟକୁ ଡିଲିଟ କରି ଦେଇଥିଲେ।

Share