‘ଆରଆରଆର’ର ‘ନାଟୁ ନାଟୁ’ ଗୀତରେ ଝୁମିମ ସାରା ବିଶ୍ୱ, ଓସ୍କାର ସେରିମନିରେ ହେବ ଲାଇଭ ପରଫରମାନ୍ସ

ମୁମ୍ବାଇ,୨ ।୩: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ର ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । କେବଳ ଏହି ଫିଲ୍ମ ନୁହେଁ ବରଂ ଏହାର ‘ନାଟୁ ନାଟୁ’ ଗୀତର ନିଶା ଲୋକଙ୍କ ମୁଣ୍ଡରେ ଚଢିଯାଇଛି । ନାଟୁ ନାଟୁ ସଙ୍ଗ ସମସ୍ତ ଗୀତର ରେକର୍ଡ ଭାଙ୍ଗି ଦେଇଛି । କିଛିଦିନ ପୂର୍ବରୁ ଏହି ଗୀତ ଓସ୍କାର ୨୦୨୩ରେ ବେଷ୍ଟ ଅରିଜନାଲ ସଙ୍ଗ ପାଇଁ ନୋମିନେଟ କରାଯାଇଛି । ଏବେ ଏହି ଗୀତ ଉପରେ ଓସ୍କାର ସମାରୋହରେ ଲାଇଭ ପରଫରମାନ୍ସ ହେବାକୁ ଯାଉଛି ।
ଓସ୍କାର ସମାରୋହରେ ନାଟୁନାଟୁ ଗୀତରେ ରାମ ଚରଣ ଓ ଜୁନିୟର ଏନଟିଆର ନୁହେଁ ବରଂ ୨ ଜଣ ଭାରତୀୟ ସିଙ୍ଗର ଲାଇଭ ପରଫର୍ମ କରିବେ, ଏମାନେ ହେଲେ କାଲ ଭୈରବ ଓ ରାହୁଲ ସିପଲିଗୁଂଜ । ଓସ୍କାରର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଏହି ଖବରକୁ କନଫର୍ମ କରାଯାଇଛି । ରାହୁଲ ଓ କାଲ ହିଁ ଏହି ଗୀତକୁ ଗାଇଛନ୍ତି । ଉଭୟ ସିଙ୍ଗର ଓସ୍କାର ଇଭେଣ୍ଟ ଜରିଆରେ ଇଣ୍ଟନ୍ୟାଶନାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଗୀତର ଲିରିକ୍ସ ଚନ୍ଦ୍ରବୋଷ ଲେଖିଥିବା ବେଳେ ଏହାକୁ ଏମଏମ କିରାୱାନି କମ୍ପୋଜ କରିଛନ୍ତି ।

ସୂଚନାଯୋଗ୍ୟ, ଜାନୁୟାରୀରେ ଆରଆରଆର ଫିଲ୍ମର ‘ନାଟୁନାଟୁ’ ଗୀତ ବେଷ୍ଟ ଅରିଜନାଲ ସଙ୍ଗର ଗୋଲଡନ ଗ୍ଲୋବ ଆୱାର୍ଡ ନିଜ ନାଁରେ କରିଥିଲା । ଏହାର କିଛିଦିନ ପରେ ଆରଆରଆର କ୍ରିଟିକ୍ସ ଚଏସ ଆୱାର୍ଡର ୨୮ତମ ସଂସ୍କରଣରେ ଆଉ ୨ଟି ପୁରସ୍କାର ଜିତିଥିଲା । ପ୍ରଥମଟି ବେଷ୍ଟ ସଙ୍ଗ ଦ୍ୱିତୀୟଟି ବେଷ୍ଟ ଫରେନ ଲାଙ୍ଗୁଏଜ ଫିଲ୍ମ ପାଇଁ ।

Share