ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’

ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ପୁରସ୍କାର ରେସ୍‌ରୁ ବାଦ୍‌ ପଡିଥିଲା କିନ୍ତୁ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଭାରତକୁ ଗର୍ବିତ କରିଛି।
‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ଯାହା ଏକ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ବିଷୟରେ କୁହେ। ଏହି ଫିଲ୍ମର ନିର୍ମାଣ ଗୁନୀତ ମୋଙ୍ଗା କରିଛନ୍ତି।
ଆମେରିକାର ଲସ ଆଞ୍ଜେଲସ ସହରରେ ଥିବା ଡଲବି ଥିଏଟରରେ ଆୟୋଜିତ ଏହି ପୁରସ୍କାର ଶୋ’ ଏଥର ଭାରତ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ପ୍ରଥମ ଥର ପାଇଁ ଏକାଡେମୀ ପୁରସ୍କାରରେ ଭାରତକୁ ତିନୋଟି ନାମାଙ୍କନ ମିଳିଛି। ଏସ ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ ନାଟୁ-ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ ସଙ୍ଗ୍‌ରେ ନାମାଙ୍କନ ପାଇଛି। ଏଥି ସହିତ, ‘ଅଲ୍‌ ଦ୍ୟାଟ୍‌ ବ୍ରିଥ୍‌ସ’ ଏବଂ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଯଥାକ୍ରମେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଏବଂ ବେଷ୍ଟ ଶର୍ଟ ଡକ୍ୟୁମେଣ୍ଟାରି ପାଇଁ ନାମାଙ୍କନ କରାଯାଇଥିଲା। ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ପୁରସ୍କାର ଦୌଡ଼ରୁ ବାଦ୍‌ ପଡ଼ିଥିବାବେଳେ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ପୁରସ୍କାର ଜିତିଛି। ଏବେ ସମସ୍ତଙ୍କ ନଜର ନାଟୁ-ନାଟୁ ଗୀତ ଉପରେ ରହିଛି।

Share