ଓସ୍କାର ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ମନୋରଞ୍ଜନର ସବୁଠୁ ବଡ଼ ପୁରସ୍କାର ଭାବେ ବିବେଚନା କରାଯାଉଥିବା ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଲସ୍‌ ଏଞ୍ଜେଲସ ଓସ୍କାର ୨୦୨୩ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡଲବି ଥିଏଟରରେ ଏହି ପୁରସ୍କାର ଶୋ’ ଚାଲିଛି।
ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ ପିନୋଚିଓ ଶ୍ରେଷ୍ଠ ଆନିମେଟେଡ୍‌ ଫିଚର ଫିଲ୍ମ ପୁରସ୍କାର ଜିତିଛି। ଡ୍ବେନ୍‌ ଜନ୍‌ସନ ଏବଂ ଏମିଲି ବ୍ଲଣ୍ଟ ଏହି ପୁରସ୍କାର ପ୍ରଦାନ କରିଥିଲେ। କେ. ହୁଇ କୁଆନ ଓସ୍କାର ୨୦୨୩ରେ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ଲାଭ କରିଥିଲେ। ସେହିପରି ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବର୍ଗରେ ଜାମି ଲି କାର୍ଟିସ ଓସ୍କାର ଜିତିଛନ୍ତି। ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବିଭାଗରେ ‘ନାଭାଲ୍‌ନୀ’ ପୁରସ୍କାର ଜିତିଛି। ‘ଆନ୍‌ ଆଇରିଶ୍‌ ଗୁଡ୍‌ବାଏ’କୁ ଲାଇଭ୍‌ ଆକ୍ସନ ଶର୍ଟ ଫିଲ୍ମ ବିଭାଗରେ ପୁରସ୍କାର ମିଳିଛି। ‘ଅଲ କ୍ୱିଟ ଅନ୍‌ ଦ ୱେଷ୍ଟର୍ନ ଫ୍ରଣ୍ଟ’ରେ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ଜେମ୍ସ ଫ୍ରେଣ୍ଡ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଓସ୍କାର ଜିତିଥିଲେ। ବେଷ୍ଟ ମେକ୍‌ଅପ୍‌ ଏବଂ ହେୟାର – ଦ ହ୍ବେଲ୍‌, ବେଷ୍ଟ୍‌ କୁଷ୍ଟ୍ୟୁମ୍‌ ଡିଜାଇନ: ରୁଥ୍‌ କାର୍ଟର (ବ୍ଲାକ ପାନ୍ଥର: ୱାକାଣ୍ଡା ଫରଏଭର୍‌), ବେଷ୍ଟ୍‌ ରାଇଟିଂ (ରୂପାନ୍ତରିତ ପଟ୍ଟକଥା)- ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ୍‌ ଏଡୱାର୍ଡ ବର୍ଜର, ଲେସଲି ପାଟରସନ ଏବଂ ଇଆନ ଷ୍ଟୋକେଲଙ୍କ ରାଇଟିଂ), ବେଷ୍ଟ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ- ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’, ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ – ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ, ଜର୍ମାନୀ, ବେଷ୍ଟ ପ୍ରଡକ୍ସନ ଡିଜାଇନ – ଅଲ୍‌ କ୍ୱେଟ୍‌ ଅନ୍‌ ଦ ଓ୍ବେଷ୍ଟର୍ନ ଫ୍ରଣ୍ଟ।

Share