ଏଠାରେ ଗୋଟିଏ ପାଣି ବୋତଲର ଦାମ୍‌ ରହିଛି…

କଥାରେ ଅଛି ଦୁନିଆରେ ସବୁ ଜିନିଷ ମିଳିଥାଏ, କେବଳ ବଜାରର ଆବଶ୍ୟକତା ରହିଛି। ସେମିତି କିଛି ଏବେ ଦେଖିବାକୁ ମିଳିଛି। ପ୍ରକୃତି ସମସ୍ତଙ୍କୁ ମାଗଣାରେ ଦଉଥିବା ପାଣି ଏବେ କିଣିବାକୁ ପଡ଼ୁଛି। କେତେକ ସ୍ଥାନରେ ଏହାର ମୂଲ୍ୟ ଏତେ ଅଧିକ ଯେ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏମିତି ଏକ ସହର ହେଉଛି ଓସଲୋ। ଏଠାରେ ଗୋଟିଏ ବୋତଲ ପାଣିର ମୂଲ୍ୟ ସବୁଠାରୁ ଅଧିକ।
ଏକ ସର୍ଭେ ଅନୁଯାୟୀ, ୧୨୦ ସହରରେ ଏହାର ହାରାହାରି ମୂଲ୍ୟ ପ୍ରାୟ ୩ ଗୁଣ ଅଧିକ। ତେଲ ଅଭିଭ, ନ୍ୟୁୟର୍କ, ଷ୍ଟକ୍‌ହୋମ୍‌ ଏବଂ ହେଲସିଙ୍କି ପାଣି ବୋତଲ (୫୦୦ ମିଲି) କିଣିବା ପାଇଁ ସବୁଠାରୁ ମହଙ୍ଗା ସ୍ଥାନ। ଭର୍ଜିନିଆରେ ଗୋଟିଏ ପାଣି ବୋତଲର ମୂଲ୍ୟ ୧୧୫ ଟଙ୍କା ଥିବା ବେଳେ ଲସ୍‌ ଏଞ୍ଜେଲିସ୍‌ରେ ୧୧୧ ଟଙ୍କା, ନ୍ୟୁ ଅରଲିୟନ୍ସରେ ୧୦୭ ଟଙ୍କା, ମାଲ୍‌ଟିମୋରରେ ୧୦୭ ଟଙ୍କା ଏବଂ ସେନ୍‌ ଜୋସ୍‌ରେ ଏହାର ମୂଲ୍ୟ ୯୦ ଟଙ୍କା ରହିଛି। ମାତ୍ର ଓସଲେ ଗୋଟିଏ ପାଣି ବୋତଲର ମୂଲ୍ୟ କେତେ ଟଙ୍କା ତାହା ସ୍ପଷ୍ଟ କରାଯାଇ ନାହିଁ। ଓସ୍‌ଲୋ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ଏହା ପରେ ଲସ୍‌ ଆଞ୍ଜେଲିସ୍‌, ଫିନିକ୍ସ, ସନ୍‌ ଫ୍ରାନ୍‌ସିସ୍‌କୋ ଏବଂ ସାନ ଡିଏଗୋ ଦୁନିଆର ସବୁଠାରୁ ମହଙ୍ଗା ସହର।

Share