ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍‌: ଧାରଣାରେ ବସିଲେ ପରୀକ୍ଷାର୍ଥୀ

ଭଦ୍ରକ,୩୦ା୭(ସନାତନ ରାଉତ): ଭଦ୍ରକ କଲେଜରେ ରବିବାର ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପରୀକ୍ଷା ଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ହୋ-ହଲ୍ଲା କରିବା ସହ ଧାରଣାରେ ବସିଛନ୍ତି l ସେମାନଙ୍କୁ ଗେଟ୍‌ରେ ତାଲା ପକାଇ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସେମାନଙ୍କ ଅଭିଯୋଗ ମୁତାବକ ସେମାନଙ୍କୁ ପ୍ରଶ୍ନପତ୍ର ଦେବା ବେଳକୁ ସିଲ୍‌ ଖୋଲାଥିବା ଦେଖି ପରୀକ୍ଷା ବର୍ଜନ କରିଥିଲେ। ସେମାନେ ହଲ୍‌ ବାହାରକୁ ଆସିବା ପାଇଁ ଚାହୁଁଥିଲେ ସୁଦ୍ଧା ବାହାରକୁ ଛାଡୁ ନାହାନ୍ତି l ଜବରଦସ୍ତ ତାଲା ପକାଇ ଅଟକ ରଖାଯାଇଛି। ଖବର ପାଇ ଉପଜିଲାପାଳ ମନୋଜ ପାତ୍ର ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି l

Share