ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍‌ ଲକ୍ଷଣ ଯାଞ୍ଚ

 

ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ଜିଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ୍‌ ଲକ୍ଷଣ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି। ଆଶାକର୍ମୀ, ଏ.ଏନ୍‌. ଏମ୍‌. ଏବଂ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଏଥିରେ ସାମିଲ କରାଯାଇଛି। ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ଏନ୍‌ଏସିର କାରିଣୀ ସାହି ଓ ଗୋପବନ୍ଧୁ ନଗର ସାହିରେ
ଘରକୁ ଘର ବୁଲି ରବିବାର ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚର ଅନୁଧ୍ୟାନ କରାଯାଇଛି।

Share