ଫେବୃୟାରୀ ୯ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ ଅଫିସ,୨୫।୧: ଆସନ୍ତା ଫେବୃଆରୀ ୯ ତାରିଖରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ର ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତଥର ୭୨,୨୮୨ ଜଣ ପରୀକ୍ଷାର୍ଥୀ ଫର୍ମପୁରଣ କରିଛନ୍ତି। ରାଜ୍ୟର ୩୩୮ଟି ସେଣ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ସିଟିଂ ତଥା ସକାଳ ୯ରୁ ପୂର୍ବାହ୍ନ ୧୧.୩୦ରେ ପ୍ରଥମ ପେପର ଓ ଅପରାହ୍ନ ୧ରୁ ୩.୩୦ ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ । ତେବେ ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବସାଇଟରୁ ଡାଉନ୍‌ଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ଯଦି ଲେଖିବା କିମ୍ବା ପଢିବା ପାଇଁ ଅକ୍ଷମ ଥିବେ ତାହେଲେ ସେମାନେ ଆସନ୍ତା ୪ ତାରିଖ ପୂର୍ବରୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ସହ ଯୋଗଯୋଗ କରିପାରିବେ। ଯାହାଦ୍ୱାରା ସେମାନଙ୍କ ପରୀକ୍ଷା ନିମନ୍ତେ କେନ୍ଦ୍ର ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Share