ଓଟିଡିସି ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଅର୍ଥ ହେରଫେର ଅଭିଯୋଗରେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ରାଜ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ଏହି ଦୁଇ କର୍ମଚାରୀ ନେଇ ଯାଉଥିବାର ଅଭିଯୋଗ ହୋଇଥିଲା।

ଅଡିଟ୍‌ ବେଳେ ଏହା ଜଣାପଡ଼ିବାରୁ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ବୁଧବାର ଉଭୟଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି। ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବାରୁ ସ୍ବତନ୍ତ୍ର ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share