ଭୁବନେଶ୍ୱର,୬ା୫(ବ୍ୟୁରୋ): ତେଲ ବିଲ୍ରେ ଜାଲିଆତି କରି ନିକଟରେ ୩ ପୋଲିସ କର୍ମଚାରୀ ନିଲମ୍ବନ ହେବାର ଗୋଟିଏ ମାସ ନ ପୂରୁଣୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଜର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ଓଟିଡିସିର ପରିବହନ ମ୍ୟାନେଜର ଓ ଜଣେ ଡ୍ରାଇଭରଙ୍କୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି।
ସୂଚନାନୁଯାୟୀ, ଓଟିଡିସି ଅଧ୍ୟକ୍ଷାଙ୍କ ଗାଡ଼ି ନାଁରେ ମିଛ ତେଲ ବିଲ୍ ନେଇଥିବା ଅଭିଯୋଗରେ ଡ୍ରାଇଭର ଅତୁଲ୍ୟ କୁମାର ମହାନ୍ତି ଓ ଓଟିଡିସି ମ୍ୟାନେଜର ଅକ୍ଷୟ ମହାଳିକଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରାଯାଇଛି। ତେବେ ବିଭାଗୀୟ ଯାଞ୍ଚ ବେଳେ ଏହି ଜାଲିଆତି ପଦାକୁ ଆସିଥିଲା।