ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଓଟିଡିସିର ନୂଆ ଭିଡିଓ

ଭୁବନେଶ୍ୱର(ବ୍ୟୁରୋ),୧୪ା୮: କରୋନା ସଂକଟରେ ଫସିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ କ୍ରିୟାଶୀଳ କରିବାକୁ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ୬ ମାସ ଧରି ପର୍ଯ୍ୟଟନ ଶିଳ୍ପ ବିପୁଳ କ୍ଷତି ସହିଥିବାବେଳେ ଆଗାମୀ ଦିନରେ ସୁଦୃଢ଼ କରିବାକୁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ରାଜ୍ୟ ବାହାରୁର ପର୍ଯ୍ୟଟକଙ୍କୁ ଆକୃଷ୍ଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏକ ନୂଆ ବିଜ୍ଞାପନ ଭିଡ଼ିଓ ଗୁରୁବାର ଜାରି କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ଏସବୁ ପର୍ଯ୍ୟଟନସ୍ଥଳୀରେ ଥିବା ସୁବିଧାସୁଯୋଗ ଜାଣିପାରିବେ ପର୍ଯ୍ୟଟକ। ଓଟିଡିସି ପାନ୍ଥ ନିବାସରେ ରହିବା ଲାଗି ରୁମ୍‌ ବୁକିଂ, ଓଡ଼ିଶା ଭ୍ରମଣ ପାଇଁ ରହିଥିବା ଆକର୍ଷଣୀୟ ଟୁର୍‌ ପ୍ୟାକେଜ୍‌, ହନିମୁନ୍‌ ପ୍ୟାକେଜ୍‌, ବିବାହ ପାଇଁ ଓଟିଡିସିର ନୂଆ ଡେଷ୍ଟିନେଶନ ୱେଡିଂ ପ୍ୟାକେଜ, ଏୟାର ଟିକେଟିଂ ଓ ହସ୍ପିଟାଲିଟିକୁ ସାମିଲ କରାଯାଇଛି। ଏହି ନୂଆ ବିଜ୍ଞାପନ ମାଧ୍ୟମରେ ମାନ୍ଦାହୋଇ ପଡ଼ିଥିବା ବ୍ୟବସାୟକୁ ପୁଣିଥରେ ସକ୍ରିୟ କରିବାକୁ ଓଟିଡିସି ଲକ୍ଷ୍ୟ ରଖିଛି।

Share