Categories: ବାଣିଜ୍ୟ

ବିଓବି ପକ୍ଷରୁ ନୋଟ୍‌ ଓ ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୩୧।୧୦ : ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ବ୍ୟାଙ୍କ ଅଫ୍‌ ବରୋଦା ଜନପଥ ଶାଖା ଦ୍ୱାରା ନୋଟ୍‌ ଓ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଡ. ଦେବୀ ପ୍ରସାଦ ପଣ୍ଡା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନେଟ୍‌ୱର୍କ ଉପ-ମହାପ୍ରବନ୍ଧକ ଡ. ରମେଶ କୁମାର ମହାନ୍ତି, ଭୁବନେଶ୍ୱର କ୍ଷେତ୍ରର ସହାୟକ ମହାପ୍ରବନ୍ଧକ ରାଜୀବ କ୍ରିଷ୍ଣା, ମୁଖ୍ୟ ପ୍ରବନ୍ଧକ ନିର୍ବିକାର ରଥ, ଜନପଥ ଶାଖାର ମୁଖ୍ୟ ପ୍ରବନ୍ଧକ ଅମୀୟ ରଞ୍ଜନ ପାଢ଼ୀ ଓ କରେନ୍ସି ଚେଷ୍ଟର ଇନଚାର୍ଜର ବାବାଜୀ ଚରଣ ପ୍ରଧାନ ଯୋଗ ଦେଇଥିଲେ। ମେଳାରେ ପୁରୁଣା, ମଇଳା ଓ ଚିରାଫଟା ନୋଟ୍‌ ବିନିମୟ ସହ କଏନ୍‌ ମଧ୍ୟ ଯୋଗାଇ ଦିଆଯାଇଥିଲା। ବିଓବି ପକ୍ଷରୁ ନିୟମିତ ଏହି କାର୍ଯ୍ୟ କରାଯାଉଥିବାବେଳେ ପାର୍ବଣ ସମୟରେ ସ୍ବତନ୍ତ୍ର ଭାବେ ଏପରି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥାଏ।

Share