ଇରାକର କିରକୁକରେ ସଂଘର୍ଷ, ୩ ପ୍ରଦର୍ଶନକାରୀ ମୃତ

ବାଗଦାଦ,୩।୯: ଇରାକରେ ବଡ ଧରଣର ଜାତୀୟ ସଂଘର୍ଷ ହୋଇଛି। ଇରାକର ସହର କିରକୁକରେ କୁର୍ଦିଶ ଓ ଅରବ ନୀବାସିଙ୍କ ମଧ୍ୟରେ ହୋଇଥିବା ହିଂସାରେ ୩ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏହାସହ ଅଧିକାଂଶ ଆହତ ହୋଇଛନ୍ତି। କୁର୍ଦ୍ଦ, ଆରବ ଏବଂ ତୁର୍କମେନ ଲୋକଙ୍କ ମଧ୍ୟରେ ଏହି ଜାତିଗତ ବିବାଦ ଆରମ୍ଭ ହୋଇଥିଲା। ଏହି ହିଂସାତ୍ମକ ବିବାଦ ପରେ ଇରାକ ଉତ୍ତର ପ୍ରଦେଶର ଏକ ଜାତିଗତ ମିଶ୍ରିତ ସହର କିରକୁକରେ କର୍ଫ୍ୟୁ ଘୋଷଣା କରିଛି।
ଇରାକର ସୁରକ୍ଷା ବାହିନୀ ଏବଂ ପୋଲିସ କହିଛି ଯେ ଉତ୍ତର ଇରାକର ତୈଳ ସହର କିରକୁକରେ ଜାତିଗତ ସମୁହ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସଂଘର୍ଷରେ ଶନିବାର ଦିନ ତିନିଜଣ ପ୍ରଦର୍ଶନକାରୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ଏବଂ ୧୪ ଜଣ ଆହତ ହୋଇଥିଲେ।

Share