ପୋଲିସ ଗୁଳିରେ ୬ ମୃତ, ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଛି ଅପରେଶନ

ବ୍ରାସିଲିଆ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଅପରେଶନ ଆରମ୍ଭ କରି ଅତି କମରେ ୬ ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରିଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ଗ୍ରହଣ କରାଯାଇଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଯେଉଁଠାରେ ୨.୯ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଏହି ମାସରେ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏକ ଅପରାଧୀ ଗୋଷ୍ଠୀଙ୍କ ବିରୋଧରେ ପୋଲିସ ଏକ ମେଗା ଅପରେଶନ ଚଳାଇଛି।

 

Share