ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୧୭।୮: ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ସମସ୍ତ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଛି। ମଧ୍ୟବର୍ତ୍ତୀ ନ୍ୟାୟ ମନ୍ତ୍ରୀ ଶେଖ ମୌଲବୀ ଅବଦୁଲ ହକିମ ଶରାଇ କହିଛନ୍ତି ଯେ, ଦେଶର ସମସ୍ତ ରାଜନୈତିକ ଦଳର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି।

ମଧ୍ୟବର୍ତ୍ତୀ ନ୍ୟାୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଦଳର ଶରିୟାରେ କୌଣସି ମାନ୍ୟତା ନାହିଁ କିମ୍ବା ଏହି ଦଳଗୁଡିକ ସହିତ କୌଣସି ଜାତୀୟ ସ୍ବାର୍ଥ ସଂଲଗ୍ନ କରାଯାଇନାହିଁ। ବୁଧବାର କାବୁଲରେ ତାଙ୍କ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରି ମୌଲବି ଅବଦୁଲ ଏହା କହିଛନ୍ତି।

Share