ଖେବର ପାଖ୍ଟନଖୱାରେ ଆତ୍ମଘାତୀ ବିସ୍ଫୋରଣ

ଇସଲାମାବାଦ,୨୬।୭: ପାକିସ୍ତାନର ଖେବର ପାଖ୍ଟନଖୱା ଜିଲାର ଅଲି ମସଜିଦ ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ ମସଜିଦରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତିରିକ୍ତ ଷ୍ଟେଶନ ହାଉସ ଅଫିସର (ଏସ୍‌ଏଚଓ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହି ଘଟଣା ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ଦେଇଛି ଯେ, ମୃତ ଅତିରିକ୍ତ ଏସ୍‌ଏଚଓ ଅଦନାନ ଅଫରିଦି ବୋଲି ଜଣାପଡିଛି, ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାମରୁଦ୍‌ ନିର୍ମାଣଧୀନ ମସଜିଦରେ ଦୁଇଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆଧାରରେ ଖେବର ପୋଲିସ ଗୁପ୍ତଚର ଆଧାରରେ ଏହି ଅପରେଶନ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି।

Share