ଇକ୍ୟୁାଡୋରରେ ଜରୁରୀକାଳୀନ ଘୋଷଣା, ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋଙ୍କ ହତ୍ୟା ମାମଲାରେ ୬ ଗିରଫ

କ୍ୟୁଟୋ,୧୧।୮: ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ବିଲାବିକେନ୍ସିଓଙ୍କ ହତ୍ୟା ପରେ ଇକ୍ୟୁାଡୋର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏଥି ସହ ସେ ହତ୍ୟା ଘଟଣାର ତଦନ୍ତରେ ସାହାଯ୍ୟ କରିବାକୁ ଏପ୍‌ବିଆଇକୁ ଅନୁରୋଧ କରାଯାଇଛି।

୫୯ବର୍ଷୀୟ ଫର୍ନାଣ୍ଡୋଙ୍କ ହତ୍ୟା ମାମଲାରେ ୬ଜଣ କଲମ୍ବିଆଙ୍କୁ ଗିରଫ କରିଥିବା ପୋଲିସ କହିଛି। ବୁଧବାର ରାତିରେ ରାଜଧାନୀ କ୍ୱିଟୋରେ ଏକ ରାଲିରୁ ଫେରିବା ସମୟରେ ଫର୍ନାଣ୍ଡୋଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ, କଲମ୍ବିଆର ଅନ୍ୟ ଜଣେ ଆକ୍ରମଣକାରୀଙ୍କୁ ସୁରକ୍ଷା ଏଜେଣ୍ଟମାନେ ଗୁଳି କରି ହତ୍ୟା କରିଛନ୍ତି। ଗୃହ ମନ୍ତ୍ରୀ ଜୁଆନ ଜପାଟା କହିଛନ୍ତି ଯେ, ଆକ୍ରମଣକାରୀମାନେ ସଂଗଠିତ ଅପରାଧ ଗୋଷ୍ଠୀରୁ ଥିଲେ। ତେବେ ସେମାନେ କେଉଁ ଗୋଷ୍ଠୀ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି।

Share