ୟୁକ୍ରେନର ରାଜଧାନୀ କିଭ୍‌ରେ ଏୟାର ଷ୍ଟ୍ରାଇକ କଲା ରୁଷିଆ, ୨ ଜଣ ଆହତ

କିଭ୍‌,୧୧।୧୨: ୟୁକ୍ରେନର ରାଜଧାନୀ କିଭ୍‌ରେ ଏକ ବଡ଼ ବିସ୍ଫୋରଣ ହୋଇଛି। ୟୁକ୍ରେନ ରାଜଧାନୀର ମେୟର ଭିଟାଲି କ୍ଲିଚକୋ ସୋମବାର କହିଛନ୍ତି , ରୁଷିଆ ରାତିସାରା କିଭ୍‌ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ପଡିଥିବା ଅସ୍ତ୍ରଶସ୍ତ୍ରର ଭଗ୍ନାବଶେଷ ଅନେକ ଜିଲା ଉପରେ ପଡି କୋଠା ନଷ୍ଟ ହୋଇଯାଇଛି। କିଭ୍‌ର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ହୋଲୋସିଭସ୍କି ଜିଲାକୁ ଜରୁରୀକାଳୀନ ସେବା ପଠାଯାଇଛି, ଯେଉଁଠାରେ କ୍ଷେପଣାସ୍ତ୍ରର କିଛି ଭଗ୍ନାବଶେଷ ଆବାସିକ କୋଠାର ଛାତ ଉପରେ ପଡିଛି। ଏଥିସହ ସହରର ଦକ୍ଷିଣ ପୂର୍ବର ଡର୍ନିଟସ୍କି ଜିଲାରେ ହୋଇଥିବା ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନର ରାଜଧାନୀରେ ବିସ୍ଫୋରଣ ପରେ ସହରର ସାମରିକ ଅଧିକାରୀମାନେ କହିଛନ୍ତି ଯେ, କିଭ୍‌ରେ ଏୟାର ଷ୍ଟ୍ରାଇକ ଚେତାବନୀ ଦିଆଯାଇଛି।

 

Share