ଟ୍ୟୁନିସିୟାରେ ୟହୁଦି ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ, ୪ ମୃତ ୯ ଆହତ

ଟ୍ୟୁନିସିୟା,୧୦।୫: ଟ୍ୟୁନିସିୟାର ଜେରବା ଦ୍ୱିପ ସ୍ଥିତ ଏଲ ଘ୍ରିବା ସେନେଗାଂଗ ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ ହୋଇଛି। ଏଠାରେ ଜଣେ ଗାର୍ଡ ଗୁଳିକରିବାରୁ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨,୫୦୦୦ ୧ର୍ଷ ପୁରୁଣା ଅଲ ଘ୍ରିବା ସିନେଗାଂଗ ଚର୍ଚ୍ଚ ଆଫ୍ରିକାର ସବୁଠାରୁ ପୁରୁଣା ଚର୍ଚ୍ଚ। ମଙ୍ଗଳବାର ରାତିରେ ଚର୍ଚ୍ଚରେ ବାର୍ଷିକ ତୀର୍ଥଯାତ୍ରା ସମୟରେ ଏଠାରେ ଆକ୍ରମଣ କରାଯାଇଥିଲା। ଅଲ ଘ୍ରିବା ସିନେଗାଂଗକୁ ବହୁ ସଂଖ୍ୟାରେ ୟୁରୋପ ଓ ଇସ୍ରାଏଲର ୟହୁଦି ଆସିଥାଆନ୍ତି।
ଟ୍ୟୁନିସିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆରାଧନା ସ୍ଥଳକୁ ଯିବା ପୂର୍ବରୁ ଅଭିଯୁକ୍ତ ଜଣେ ସହଯୋଗୀଙ୍କୁ ହତ୍ୟା କରି ଗୁଳି ଜବତ କରିଥିଲା। ସେ ଅରାଧନା ସ୍ଥଳ ନିକଟରେ ନିୟୋଜିତ ସୁରକ୍ଷା ୟୁନିଟ ଉପରେ ଗୁଳି ଚଳାଇବାରୁ ଦୁଇ ପରିଦର୍ଶକ ଏବଂ ଅନ୍ୟ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅତି କମରେ ପାଞ୍ଚ ଜଣ ସୁରକ୍ଷା ଅଧିକାରୀ ଏବଂ ଅନ୍ୟ ଚାରିଜଣ ସାଧାରଣ ନାଗରିକ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Share