କୋନାକ୍ରି,୧୧।୫: ଗିନିର ରାଜଧାନୀ କୋନାକ୍ରି ଓ ଅନ୍ୟ ସହରରେ ବୁଧବାର ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ୩୨ ଆହତ ହୋଇଛନ୍ତି। ଗୁରୁବାର ଏହି ସୂଚନା ଆନ୍ଦୋଳନର ଆୟୋଜକ ଦେଇଛନ୍ତି। ଏମାନେ ନୂଆ ବିରୋଧ ପ୍ରଦର୍ଶନର ଯୋଜନା କରିଛନ୍ତି।
ପୋଲିସ ବୁଧବାର ପଥର ପକାଉଥିବା ଓ ଟାୟାର ଜଳାଉଥିବା ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏମାନେ ୨୦୨୧ରେ ଶାସକ ସରକାରଙ୍କୁ କବଜା କରିଥିବା ସେନା ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏକ ଛୋଟ ଧରଣର ବିରୋଧ ପ୍ରଦର୍ଶନ ଦକ୍ଷିଣ-ପୂର୍ବର ଏକ ଅଞ୍ଚଳ, ଜେରେକୋର ଓ ଦାବୋଲାରେ ହୋଇଥିଲା।