Categories: ଜାତୀୟ

ଅମୃତ ଉଦ୍ୟାନରେ ସିଜେଆଇଙ୍କ ସମେତ ଅନ୍ୟ ବିଚାରପତି…

ନୂଆଦିଲ୍ଲୀ,୫।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସୁପ୍ରିମକୋର୍ଟର ବିଚାରପତିମାନେ ଅମୃତ ଉଦ୍ୟାନରେ ରବିବାର ପହଞ୍ଚିଛନ୍ତି। ଏହି ସମୟରେ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସେ ଉଦ୍ୟାନରେ ରଙ୍ଗୀନ ଫୁଲ ଦେଖିଛନ୍ତି।

ରାଷ୍ଟ୍ରପତି ଭବନଙ୍କ ଦ୍ୱାରା ଏନେଇ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି ଯେଉଁଥିରେ ସୁପ୍ରିମକୋର୍ଟର ବିଚାରପତିମାନେ ସେମାନଙ୍କ ପରିବାର ସହିତ ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ସିଜେଆଇ ରାଷ୍ଟ୍ରପତି ମୁର୍ମୁଙ୍କୁ ମଧ୍ୟ ସ୍ବାଗତ କରିଛନ୍ତି।

Share