ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍‌

ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ ଚାଇନାର ଏକ ପ୍ରତିନିଧୀମଣ୍ଡଳ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଦୁଇ ଦେଶ ନିଜର ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେବାକୁ ଶପଥ ନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ରାଜ୍ୟ ନ୍ୟୁଜ ଏଜେନ୍ସି କେସିଏନଏ ଅନୁଯାୟୀ, ଉତ୍ତର କୋରିଆର ସର୍ବଶେଷ ହାୱାସଙ୍ଗ -୧୭ ଏବଂ ହାୱାସଙ୍ଗ -୧୮ ଆନ୍ତ- ମହାଦ୍ୱୀପ ବାଲାଷ୍ଟିକ କ୍ଷେପଣାସ୍ତ୍ର ବିଜୟ ଦିବସ ପରେଡରେ ପ୍ରଦର୍ଶିତ ହୋଇଥିଲା। ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ଆମେରିକାର ଯେକୌଣସି ରାଜ୍ୟ ଉପରେ ଆକ୍ରମଣ କରିପାରିବ। ଏହି କାର୍ଯ୍ୟକ୍ରମରେ ଗୁପ୍ତଚର ଡ୍ରୋନ ମଧ୍ୟ ପ୍ରଦର୍ଶିତ ହୋଇଛି ବୋଲି କେସିଏନଏ ରିପୋର୍ଟ କରିଛି।

 

 

Share