ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋ ସିଟି,୨୨।୮: ମେକ୍ସିକୋରେ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମେକ୍ସିକୋ ସିଟିରେ ଅଜଣା ଆକ୍ରମଣକାରୀଙ୍କ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି। ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ମେକ୍ସିକୋ ପ୍ରତିପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣା ଶନିବାର ଘଟିଥିଲା। ଆକ୍ରମଣକାରୀମାନେ ଭାରତୀୟ ନାଗରିକଙ୍କଠାରୁ ୧୦,୦୦୦ ଡଲାର ଲୁଟ୍‌ କରିନେଇଥିଲେ। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ନାହିଁ।

Share