ରୋଜଗାରର ଅନ୍ୟ ବିକଳ୍ପ

ନୀଳିମା ନିବେଦିତା

କରୋନା ମହାମାରୀରେ କେବଳ ଦେଶ ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣରେ ଅଧିକାଂଶ ବ୍ୟକ୍ତି ନିଜର ବେଉସା ତଥା ଚାକିରି ହରାଇଲେ। ଅର୍ଥନୀତିର ବଡ଼ କ୍ଷତି ସହିବାକୁ ପଡ଼ିଲା ସମଗ୍ର ବିଶ୍ୱକୁ। ବେରୋଜଗାରୀ ବଢ଼ିବା ସମୟରେ ରୋଜଗାରକୁ ନେଇ ମନରେ ଏକ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଏ ସମୟରେ ଜଣେ ବନ୍ଧୁ ପ୍ରଶ୍ନ କଲେ – ଶିକ୍ଷିତ ହେଉ କିମ୍ବା ଅଶିକ୍ଷିତ, ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ମାଂସ ବିକି ତ ଅନେକ ଲୋକଙ୍କୁ ରୋଜଗାର ମିଳୁଛି! ତେବେ ଆଧ୍ୟାତ୍ମବାଦରେ ମାଂସାହାରକୁ ବିରୋଧ କାହିଁକି? ଉତ୍ତର ରଖିବା ପୂର୍ବରୁ କିନ୍ତୁ ଉକ୍ତ ପ୍ରଶ୍ନକର୍ତ୍ତାଙ୍କୁ କେତୋଟି ପ୍ରଶ୍ନ ପଚାରିବାକୁ ଇଚ୍ଛା କଲେ ଅନ୍ୟଜଣେ ସଜ୍ଜନ। ସାମାନ୍ୟ ଉଚ୍ଚା ଗଳାରେ ପଚାରିଲେ, ରାସ୍ତାରେ ଯାଉଥିବା କାହାର ଗଳା କାଟି ତେବେ ରୋଜଗାର କରିହେବ? ହେବ କି ନାଇଁ? କାହାକୁ ହତ୍ୟା କରିବା ପାଇଁ ସୁପାରି ନେଇ ବି ତ ପଇସା ରୋଜଗାର କରିପାରିବ ଜଣେ? ତେବେ କାହିଁକି ଏମାନଙ୍କୁ ଆଇନ ଦୋଷୀ ସାବ୍ୟସ୍ତ କରେ ଏବଂ ଦଣ୍ଡ ଦିଏ? ଏବେ ଆଇନ ସାମ୍ନାରେ ବି ସମାନ ତର୍କ ରଖ। ଚୋର କହିବ, ଚୋରି କଲେ ରୋଜଗାର ହୁଏ, ଡକାୟତ କହିବ ଲୁଟ୍‌ କରି ସିଏ ରୋଜଗାର କରୁଛି ! ସେହିପରି ଅପହରଣ କରୁଥିବା ଲୋକ କହିବ ଅପହରଣ କରି ବ୍ଲାକମେଲିଂ କଲେ ମୋର ରୋଜଗାର ହୁଏ। ଜଣେ ଅପହରଣକାରୀ କ’ଣ କୁହେ? ମୋତେ ଏତିକି ଟଙ୍କା ଦିଅ, ଆଉ ତମ ନିଜର ପ୍ରିୟଜନକୁ ନେଇଯାଅ, ମୁଁ ତା’ର କୌଣସି କ୍ଷତି କରିବାକୁ ଚାହୁଁନାହିଁ। ଲାଗୁନି, ଏ ସବୁ ତର୍କ ନିହାତି ନିମ୍ନ ସ୍ତରର, ଅର୍ଥହୀନ?
ନୈତିକତା ଦୃଷ୍ଟିକୋଣରୁ ଦେଖିଲେ ଯଦି କାର୍ଯ୍ୟ ନିମ୍ନମାନର, ହାନିକାରକ ତେବେ ତାକୁ ରୋଜଗାରର ମାଧ୍ୟମ କହିହେବ ନାହିଁ, ମାନି ହେବ ନାଇଁ। ଅନ୍ୟଥା ଯଦି କିଏ କାହାର ଗଳା କାଟି ତା’ ବଦଳେ ଟଙ୍କା ନିଏ ଏବଂ କହେ ଯେ ଏହା କରିବା ମୋର ଉଦ୍ଦେଶ୍ୟ ନ ଥିଲା, କେବଳ ରୋଜଗାର ପାଇଁ ମୋତେ ଏ କାର୍ଯ୍ୟ କରିବାକୁ ପଡ଼ିଲା, ତେବେ ତାକୁ ଆମେ କ’ଣ କହିବା? ଏବେ ଆସନ୍ତୁ ଯିବା ଆର୍ଥିକ ଦିଗକୁ। ଯେତେବେଳେ ବି ଅର୍ଥ ବ୍ୟବସ୍ଥାରେ ଏମିତି କିଛି ହୁଏ ଯାହା ଅର୍ଥ ବ୍ୟବସ୍ଥାରୁ ତା’ର ମୂଲ୍ୟକୁ ହ୍ରାସ କରୁଥାଏ, ତେବେ ତାହା ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ପାଇଁ ହିଁ କ୍ଷତିକାରକ। ଫରକ୍‌ କେବଳ ଏତିକି ଯେ, ଏହି କ୍ଷତି କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ସମାନ ଭାବରେ ସମାନ ସମୟରେ ହୁଏ ଏବଂ ଏତେ ଅଳ୍ପ ମାତ୍ରାରେ ହୁଏ ଯେ ତାହା ମାଲୁମ ପଡ଼େନା।
ଏକ ଦୃଷ୍ଟାନ୍ତ ଦ୍ୱାରା ଆସନ୍ତୁ ବୁଝିବା। ଦିନକୁ ଦିନ ଆମ ଚାରିପଟ ଜଙ୍ଗଲ କଟା ହୋଇଚାଲିଛି ।
ଜଙ୍ଗଲର ଅବକ୍ଷୟ ଯୋଗୁ ବାୟୁ ପ୍ରଦୂଷଣ ହେଉଛି। ଠିକ୍‌? ଯେତେବେଳେ ବାୟୁମଣ୍ଡଳ ହିଁ ଖରାପ ହେଲା, ସେ ସମୟରେ କେତେଜଣଙ୍କ ଉତ୍ପାଦକତା ହ୍ରାସ ପାଏ ଜାଣିଛନ୍ତି ? କେବେ ତା’ର ହିସାବ ରଖିଛନ୍ତି? ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଖଞ୍ଜା ବନ୍ଦ କୋଠରି ବିଶିଷ୍ଟ ଆଇଟି କମ୍ପାନୀରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ହେଉ କିମ୍ବା ସୂର୍ଯ୍ୟର ପ୍ରଖର ଖରା ତଳେ କୌଣସି ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ଜଣେ ସାଧାରଣ ମୂଲିଆ, ଯଦି ବାୟୁମଣ୍ଡଳ ହିଁ ପ୍ରଦୂଷିତ ହୋଇଯାଏ ତେବେ ସମସ୍ତଙ୍କର ଉତ୍ପାଦକତା କମିଯିବ, ନୁହେଁ ? ମନେକରନ୍ତୁ ଏହି ଉତ୍ପାଦକତା ହ୍ରାସର ପରିମାଣ ମାତ୍ର ୨ରୁ ୩ ପ୍ରତିଶତ। ବର୍ଷ ପରେ ବର୍ଷ ଏହି ପ୍ରତିଶତର ଅଙ୍କ କ୍ରମେ ବଢ଼ିବ, ଖୁବ୍‌ ଧୀରେ ଧୀରେ, ତେଣୁ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ କ’ଣ ଏବଂ କେତେ ପଡ଼ିଲା ତାହା ସହଜେ ଜଣାପଡ଼ିବନି। ଅନ୍ୟପକ୍ଷରେ ଗୋଟିଏ ଦେଶର, ରାଜ୍ୟର କିମ୍ବା ଗୋଟିଏ ଅଞ୍ଚଳର ୧ ପ୍ରତିଶତ ଲୋକ ଯଦି ନିଜର ରୋଜଗାର ହରାନ୍ତି ଏବଂ ଧାରଣା ଦିଅନ୍ତି, ନାରା ଲଗାନ୍ତି, ରାଲି କାଢ଼ନ୍ତି ସେତେବେଳେ ଲାଗେ ଯେମିତି ପୂରା ଅର୍ଥବ୍ୟବସ୍ଥା ଧ୍ୱଂସ ପାଇଗଲା!
ସଜ୍ଜନ ଜଣକ ଏକ ଦୀର୍ଘ ଶ୍ୱାସ ନେଇ ପୁଣିଥରେ ତାଙ୍କ ବକ୍ତବ୍ୟକୁ ସହଜ କଲେ। ଏଥର ସ୍ବର ତାଙ୍କର ସାଧାରଣ ଥିଲା। ତଥ୍ୟ ସମ୍ବଳିତ ପ୍ରମାଣ ନ ଦେଇ ବି ସେ ପ୍ରାମାଣିକ ଭାବେ ବୁଝାଇବାକୁ ଚେଷ୍ଟା କରି କହିଲେ, ମନେକର, ଅର୍ଥବ୍ୟବସ୍ଥାରେ ଥିବା ପ୍ରତ୍ୟେକଙ୍କ ଉତ୍ପାଦକତା ୨ ପ୍ରତିଶତ ହ୍ରାସ ପାଇଛି। ଏହା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି। ଯେହେତୁ ଏହା ସମାନ ପରିମାଣରେ ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରେ ବାଣ୍ଟି ହୋଇଯାଉଛି ତେଣୁ ନଜରକୁ ଆସୁନାହିଁ, ଦୃଷ୍ଟିଗୋଚର ହେଉନାହିଁ। ନିଃସନ୍ଦେହ କ୍ଷତି ବଡ଼, ମାତ୍ର ସମସ୍ତଙ୍କ ଭିତରେ ସମାନ ପରିମାଣରେ ବାଣ୍ଟିହୋଇ ଯାଉଥିବାରୁ ଏହା ମାଲୁମ ବି ପଡୁନି। କାରଣ, ଜଳବାୟୁ ତ ସମସ୍ତଙ୍କ ପାଇଁ ଦୂଷିତ ହେଲା। ବାୟୁମଣ୍ଡଳ ପ୍ରଦୂଷଣ କେହି ଜଣେ ପାଇଁ ତ ନୁହେଁ, ଅପିଚ ସମାନ ପରିମାଣରେ ସମସ୍ତଙ୍କ ପାଇଁ ହେଉଛି। ଏଠାରେ ଆମଦାନୀରେ ୨/୩ ପ୍ରତିଶତ କ୍ଷତି ହେଲେ ବି କହିବାକୁ କେହି ବାହାରିବେନି, ଯେହେତୁ ସମସ୍ତଙ୍କୁ ଏହାକୁ ଭୋଗିବାକୁ ପଡ଼ିଛି, ଏକା ସମୟରେ ସମାନ ମାତ୍ରାରେ। ହେଲେ ସେଇଠି ଯଦି ମାତ୍ର ୧ ପ୍ରତିଶତ ଲୋକଙ୍କର ଆମଦାନୀରେ ୧ ପ୍ରତିଶତ ବି ହ୍ରାସ ହୁଏ ସେତେବେଳେ ସେମାନେ ଏକାଠି ହୁଅନ୍ତି ଏବଂ ଚିତ୍କାର କରନ୍ତି। ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ଖୁବ୍‌ ଗର୍ଜେ ଏବଂ କହେ, ଅର୍ଥବ୍ୟବସ୍ଥା ବୁଡ଼ିଗଲା, ଅର୍ଥ ବ୍ୟବସ୍ଥା ଭାଙ୍ଗିଗଲା। ଏକାବେଳେ ଏତେ ସଂଖ୍ୟକ ଲୋକ ହେଲେ ‘ବେରୋଜଗାର’।
ପ୍ରଶ୍ନକର୍ତ୍ତା ବନ୍ଧୁ ସହିତ ମୁଁ ବି ସଜ୍ଜନଙ୍କ କଥାରେ ମୁଣ୍ଡ ଟୁଙ୍ଗାରିଲି। ମନେମନେ କହିଲି, ସତ କଥା ତ ! ଆମେ କେବେ ହେଲେ ସୂକ୍ଷ୍ମ କ୍ଷତିକୁ ଧ୍ୟାନ ହିଁ ଦେଉନେ ! ଏପରି କ୍ଷତିର କେବେ ଯାଞ୍ଚ କରୁଛେ ନା ସେ ବିଷୟରେ ଜାଣିବାକୁ ଚାହୁଁଚେ ! ଜଙ୍ଗଲ ଅବକ୍ଷୟ ପରି ବର୍ତ୍ତମାନ ସାରା ଦୁନିଆକୁ ଏହି ମାଂସାହାର, ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ କରି ପରିବେଶ ଅସନ୍ତୁଳିତ କରିଚାଲିଛି, ଯାହା ଆମ ନଜରକୁ ଆସୁନି କି ଆମେ ତାକୁ ବୁଝିପାରୁନେ। ହାତଗଣତି ୪/୫ ଲକ୍ଷ ଲୋକ ଯେଉଁମାନେ ମାଂସ ବିକି ପେଟ ପୋଷୁଛନ୍ତି ଆମେ ତାଙ୍କ କଥା ଭାବୁଛେ। ହେଲେ ଥରୁଟେ ଭାବୁନେ ଯେ ଆମେ ଯଦି ହେବାକୁ ଥିବା ପରିବେଶ କ୍ଷତିକୁ ବଞ୍ଚାଇ ଦେଇପାରିବା, ସେଥିରୁ ଏତିକି ଅର୍ଥ ସଞ୍ଚୟ ହୋଇପାରିବ ଯେ,ଏଇ ୪/୫ ଲକ୍ଷ ଲୋକଙ୍କୁ ବହୁତ ଭଲ ରୋଜଗାର ଦେଇ ହେଇପାରନ୍ତା।
କଳିଙ୍ଗ ବିହାର, ଭୁବନେଶ୍ୱର
ମୋ: ୯୬୬୮୯୯୬୩୮୯


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri