Categories: ରାଜ୍ୟ

ଧିରେ ଧିରେ ସଂକ୍ରମିତ ହେଉଛି ଶରୀରର ଅନ୍ୟଅଙ୍ଗ

କଟକ ଅଫିସ, ୧୧ା୧୨- ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ବ୍ୟସ୍ଥାବସ୍ଥା ଏବେ ସଙ୍କଟାପନ୍ନ ରହିଛି। କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ କଟକର ଏକ ଘରୋଇ ହସ୍ପିଟାଲରେ ଗତ ୭ ତାରିଖରୁ ଚିକିତ୍ସିତ ହେଉଛନ୍ତି। ଏବେ ସେ ଭେଣ୍ଟିଲେଟରରେ ରହିଥିବାବେଳେ ତାଙ୍କ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକ ମଧ୍ୟ ସଂକ୍ରମିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୌମ୍ୟରାଜ ଘୋଷ କହିଛନ୍ତି ଯେ, ଏବେ ତାଙ୍କ ସ୍ବ୍ୟାସ୍ଥାବସ୍ଥା ବିଷୟରେ କିଛି ବି କହିହେବନି। ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ରହିଛି। ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଛି।

Share